Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଣିପୁର ସମ୍ଭାଳି ପାରୁ ନାହାନ୍ତି, ସେପଟେ ବିଶ୍ଵଗୁରୁ ହେବାକୁ ଚାହୁଁଛନ୍ତି, ପିଏମ ମୋଦୀଙ୍କ ଉପରେ ବର୍ଷିଲେ ସଞ୍ଜୟ ରାଉତ

ମୁମ୍ବାଇ: ଉଦ୍ଧବ ଠାକରେ ଗୋଷ୍ଠୀଙ୍କ ନେତା ସଞ୍ଜୟ ରାଉତ ମଣିପୁରରେ ଗତ ଅଢେଇ ମାସ ଧରି ଜାରି ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତାତ୍ସଲ୍ୟ କରିଛନ୍ତି। ସେ ଶୁକ୍ରବାର କହିଛନ୍ତି, ଆପଣ ସାରା ଦୁନିଆର ସମସ୍ୟାର ସମାଧାନ କରିବାକୁ ଚାହୁଁଛନ୍ତି ଏବଂ ଆପଣଙ୍କ ସମର୍ଥକ ଆପଣଙ୍କୁ ବିଶ୍ଵଗୁରୁ କହୁଛନ୍ତି। କିନ୍ତୁ ସେପଟେ ମଣିପୁର ଜଳୁଛି। ପ୍ରଥମେ ତ ଆପଣଙ୍କୁ ମଣିପୁରରେ ଶାନ୍ତି କାଏମ କରିବାର ଅଛି। ଏହା ଏକ ଅତି ସମ୍ବେଦଶୀଳ ପ୍ରସଙ୍ଗ। ବ୍ରିଟିଶ ସଂସଦ ପର୍ଯ୍ୟନ୍ତ ଆଲୋଚନା ହେଲାଣି। ମାତର୍ ଆମର ଏଠି ସଂସଦରେ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ଅନୁମତି ନାହିଁ। ଏହା ଗଣତନ୍ତ୍ର ପାଇଁ ବହୁତ ହାନୀକାରକ ବୋଲି ସଞ୍ଜୟ ରାଉତ।

ସଞ୍ଜୟ ରାଉତ ପିଏମ ମୋଦୀଙ୍କ ଉପରେ ଟାର୍ଗେଟ୍ କରି କହିଛନ୍ତି, ଦୁଇ ମାସ ପରେ ବି ମଣିପୁର ଜଳୁଛି। ଦୁଇ ସମୁଦାୟ ମଧ୍ୟରେ ଜାରି ବିବାଦରେ ରାଜ୍ୟରେ ନିଆଁ ଜଳୁଛି। ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଦଖଲ ଏବଂ ଉଦ୍ୟମ ପରେ ବି ଶାନ୍ତି ଫେରି ପାରିନାହିଁ। କିନ୍ତୁ ପିଏମ ମୋଦୀ ସଂସଦ ବାହାରେ ବୟାନ ଦେଉଛନ୍ତି, ଯେତେବେଳେ ସଂସଦ ଚାଲିଛି। ଏହାର ଅର୍ଥ ସେ ସଂସଦକୁ ସମ୍ମାନ କରନ୍ତି ନାହିଁ। ଯଦି ଏମିତି ନୂତନ ସଂସଦ କାହିଁକି ନିର୍ମାଣ କରାଯାଇଛି ? ସେ ଆଦାନୀ ଉପରେ ଆଲୋଚନା କରିବେ ନାହିଁ ଏବଂ ମଣିପୁର ଉପରେ ମଧ୍ୟ ଆଲୋଚନା କରିବାକୁ ପଛଘୁଞ୍ଚା ଦେଉଛନ୍ତି।

ମଣିପୁର ବି ଦେଶର ଏକ ଅଂଶ। ମଣିପୁରବାସୀ ମଧ୍ୟ ଦେଶର ଜନତା। ମଣିପୁରରେ ମହିଳାଙ୍କ ନଗ୍ନ ପରେଡ୍ କରାଯାଉଛି, ସେମାନଙ୍କର ଭିଡିଓ ଭାଇରାଲ୍ ହେଉଛି। ପୂରା ଦେଶର ମୁଣ୍ଡ ନଇଁ ଯାଇଛି। ଏହା ଉପରେ ପ୍ରଧାନମନ୍ତ୍ରୀ ନିରବ। ସଂସଦରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ନାହାନ୍ତି। ଏହା ୧୪୦ କୋଟି ଜନତାଙ୍କ ପାଇଁ ଚିନ୍ତାର ବିଷୟ ବୋଲି ସଞ୍ଜୟ ରାଉତ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ