Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉଲୁଣ୍ଡା ସଭା ଗୃହରେ ଭତ୍ତା ଓ ସହାୟତା ଉପକରଣ ବଣ୍ଟନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସଭାଗୃହରେ ମଧୁବାବୁ ପେନସନ ଯୋଜନାରେ ଚି଼ହ୍ନଟ ନୂତନ ହୋତାଧିକାରୀଙ୍କୁ ଭତ୍ତା ଓ ଦିବ୍ୟାଙ୍ଗ ମାନଙ୍କୁ ସହାୟତା ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଡ଼ିଓ କରିସ୍ମା ବେସ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବିରାମହରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯୋଜନାର ସଫଳତା ଉପରେ ଆଲୋକପାତ କରି ଥିଲେ l ଏହି ଯୋଜନାରେ ଅଧିକରୁ ଅଧିକ ହିତାଧିକାରୀଙ୍କୁ ସାମିଲ କରାଯିବା ନେଇ ସୂଚନା ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର ଯୋଗଦେଇ ଥିଲେ l ଏହି ଅବସରରେ ବ୍ଲକ ର ସମସ୍ତ 17ଟି ପଂଚାୟତର ମଧୁବାବୁ ପେନସନ ଯୋଜନାରେ ଚି଼ହ୍ନଟ ହୋଇଥିବା , ସ୍ବାମୀ ପରିତ୍ୟକ୍ତା 3ଜଣ , ଦିବ୍ୟାଙ୍ଗ 47ଜଣ ଏବଂ ବିଧବା 30 ଜଣ ହିତାଧିକାରୀଙ୍କୁ ଭତ୍ତା ଏବଂ ଦୁଇଜଣ ଦିବ୍ୟାଙ୍ଗଙ୍କୁ ହୁଇଲ ଚେୟାର ପ୍ରଦାନ କରିଥିଲେ l ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷୀରୋଧ ଭୂଷଣ ରାୟଙ୍କ ତତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟରୁ ପିଇଓ ଏବଂ ସରପଞ୍ଚ ମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ l ପିଇଓ ଶରତ ମିଶ୍ର ସଭା ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ l