Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୁମାରକେଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ୟାବିନେଟ ମନ୍ତ୍ରୀ ମଣ୍ଡଳ ଗଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ପଂଚାୟତ ଅନ୍ତର୍ଗତ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କ୍ୟାବିନେଟ ମନ୍ତ୍ରୀ ମଣ୍ଡଳ ଗଠିତ ହୋଇ ଆଜି ଶପଥ ଗ୍ରହଣ କରିଛନ୍ତି l ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୫୬ ଜଣ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ସାଧାରଣ ସଭା ଆୟୋଜନ କରାଯାଇ କ୍ୟାବିନେଟ ଗଠନ କରାଯାଇଛି l ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଦିଲ୍ଲୀପ ପଣ୍ଡା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଅନ୍ୟତମ ଶିକ୍ଷକ ଶିବରାମ ଚାନ୍ଦ ବିଦ୍ୟାଳୟ ରେ ମନ୍ତ୍ରୀ ମଣ୍ଡଳ ର ଆବଶ୍ୟକତା ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ମନୋନୟନ ପ୍ରକ୍ରିୟା ରେ ଅଷ୍ଟମ ଶ୍ରେଣୀ ଛାତ୍ର ରଜତ ବେହେରା ମୁଖ୍ୟମନ୍ତ୍ରୀ ରୂପେ ମନୋନୀତ ହୋଇଥିବା ବେଳେ ସେହି ଶ୍ରେଣୀର ଛାତ୍ରୀ ସବ୍ୟାସିନୀ ମେହେର ଉପ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇଥିଲେ l ଶିକ୍ଷା ବିଭାଗ ପାଇଁ ତରଣୀ ପଧାନ କ୍ୟାବିନେଟ ଓ ଇପ୍ସିତା ଶତପଥୀ ଉପ ମନ୍ତ୍ରୀ , ସ୍ୱାସ୍ଥ୍ୟ ବିଭାଗ ପାଇଁ ଅଞ୍ଜଳି ବେହେରା କ୍ୟାବିନେଟ ଓ ଆକାଶ ନାଏକ ଉପ ମନ୍ତ୍ରୀ , କ୍ରୀଡା ଓ ସଂସ୍କୃତି ମନ୍ତ୍ରାଳୟ ପାଇଁ ବଲ୍ଲଭି ମହାପାତ୍ର କ୍ୟାବିନେଟ ଓ ଚିକୁ ବେହେରା ଉପ ମନ୍ତ୍ରୀ , ପରିବେଶ ମନ୍ତ୍ରୀ ଭାବେ ମୁକେଶ ପଧାନ କ୍ୟାବିନେଟ ଓ ଜ୍ୟୋତି ବାରିକ ଉପମନ୍ତ୍ରୀ ଠିକସେହିପରି ଖାଦ୍ୟ ବିଭାଗ ପାଇଁ ଦିବ୍ୟାଂଶୁ ପଧାନ କ୍ୟାବିନେଟ ଓ ନମ୍ରତା ଭୋଇ ଉପ ମନ୍ତ୍ରୀ ଏବଂ ସୂଚନା ବିଭାଗ ପାଇଁ ସୁନନ୍ଦା ପଧାନ କ୍ୟାବିନେଟ ଓ ଥବୀର ବେହେରା ଉପ ମନ୍ତ୍ରୀ ଭାବେ ମନୋନୀତ ହୋଇଥିଲେ l ବିଦ୍ୟାଳୟ ର ଅନ୍ୟତମ ସହକାରୀ ଶିକ୍ଷକ ନରେନ୍ଦ୍ର ନାଗ ମନ୍ତ୍ରୀ ମାନଙ୍କୁ ଶପଥ ପାଠ କରାଇ ଥିବାବେଳେ ଶ୍ରେଷ୍ଠ ସ୍ବେଛାସେବୀ ଛାତ୍ର ତ୍ରିଲୋଚନ ପେରା ସାହାଯ୍ୟ କରିଥିଲେ l ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ହୃଷିକେଶ ଚାନ୍ଦ ପରିଚାଳନା କରିଥିଲେ l ମନ୍ତ୍ରୀ ମାନେ ବିଦ୍ୟାଳୟ ର ସମସ୍ତ ନିୟମ କାନୁନ ମାନିବା ସହ ସମସ୍ତ କାର୍ଯ୍ୟକ୍ରମ କୁ ଶୃଙ୍ଖଳା ର ସହ କରିବା ଏବଂ ସର୍ବୋପରି ବିଦ୍ୟାଳୟ ର ନାଁ ରଖିବାକୁ ଶପଥ ନେଇଥିଲେ l ଛାତ୍ର କ୍ୟାବିନେଟ ଗଠନ ସହ କେବଳ ଛାତ୍ରୀ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ମୀନା ମନ୍ତ୍ରୀ ଭାବେ ଷଷ୍ଠ , ସପ୍ତମ ଓ ଅଷ୍ଟମ ଶ୍ରେଣୀ ରୁ ୧୫ ଜଣ ଛାତ୍ରୀ ମନୋନୀତ ହୋଇଥିଲେ l