ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ


ବେଲଗୁଣ୍ଠା, 24/07, ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ତଥା ସମ୍ବାଦ ସାହିତ୍ୟ ଘର ସାଂଗଠନିକ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଚଳିତ ବର୍ଷ ମାସ ବ୍ୟାପୀ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିଛି I ଆଜି ଶ୍ରୀ ପାତ୍ରଙ୍କ ନେତୃତ୍ୱରେ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ଗୋବରା ଶାଖା ପକ୍ଷରୁ ବଡ଼ ବୋର୍ସିଂଗ୍ ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପ୍ରାକ୍ତନ ଆର୍.ଏମ୍.ସି ସମ୍ପାଦକ ତଥା ବିଦ୍ୟାଳୟ ସଭାପତି ଶରତଚନ୍ଦ୍ର ବିଷୋୟୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଅନୁଷ୍ଠାନ ସମ୍ପାଦକ ,ଆଇନଜୀବୀ ସୀମାଞ୍ଚଳ ପୃଷ୍ଟି , ମାଆ ବୁଢାକେନ୍ଦୁ ଆଞ୍ଚଳିକ ଯୁବ ଛାତ୍ର ସଂସଦ ସଭାପତି ପଞ୍ଚାନନ ନାୟକ, ଉପସଭାପତି ନିଲୁ ପାତ୍ର,ସାମ୍ବାଦିକ କୃଷ୍ଣଚନ୍ଦ୍ର ପଟ୍ଟନାୟକ,ଯୁବ ସମାଜସେବୀ ବାବୁଲି ସ୍ୱାଇଁ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ I ଏହି ଅବସରରେ ଅନୁ୍ଷ୍ଠାନର ପାଚେରୀ କାନ୍ଥ ପାର୍ଶ୍ବରେ କଦମ୍ବ,ଅଁଳା, ଜାମୁ କୋଳି,କରଞ୍ଜ,ଅଶୋକ,ରକ୍ତଚନ୍ଦନ ଭଳି ବିଭିନ୍ନ କିସମର 140 ଟି ଚାରା ରୋପଣ କରାଯାଇଥିଲା I କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଅପୂର୍ବ ଭୋଳଙ୍କ ସମେତ ଗୁରୁଜୀ ସୁକାନ୍ତ ଷଡ଼ଙ୍ଗୀ,ସନ୍ତୋଷ ବିଷୋୟୀ, ଗୁରୁମା ପ୍ରତିମା ଭୋଳ, ଭାରତୀ ବିଷୋୟୀ, ବିରାଜିନୀ ଆରୁଖ,ମାନସୀ ବିଷୋୟୀ ଏବଂ କର୍ମଚାରୀ ତ୍ରିବେଣୀ ବେହେରା ସହଯୋଗ କରିଥିଲେ I ଆଜି ରୋପଣ କରାଯାଇଥିବା ପ୍ରତ୍ଯେକ ଚାରାର ଦାୟିତ୍ୱ ଅନୁଷ୍ଠାନର ଜଣେ ଜଣେ ଛାତ୍ରଙ୍କୁ ପ୍ରଦାନ କରାଯାଇଥିବା ବେଳେ ପ୍ରତ୍ୟେକ ଛାତ୍ର ଏହାର ଯତ୍ନ ନେବେ ବୋଲି ଶପଥପାଠ କରିଥିଲେ I ଅନୁଷ୍ଠାନ ସମ୍ପାଦକ ସୀମାଞ୍ଚଳ ପୃଷ୍ଟି ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ I ସମ୍ବାଦ ସାହିତ୍ୟ ଘର ସାଂଗଠନିକ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ I