Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବଡମାଳ ଖେଳ ପଡିଆ ରୁ ବିପୁଳ ପରିମାଣରେ ମଦ ଜବତ କରିଛି ଉଲୁଣ୍ତା ପୋଲିସ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ବଡ଼ମାଳ ଖେଳପଡିଆ ଠାରେ ପୋଲିସ ଚଢ଼ାଉ କରି ବିପୁଳ ପରିମାଣ ରେ ମଦ ଜବତ କରିବା ସହିତ ଜଣେ ଯୁବକ କୁ ଗିରଫ କରିଥିବା ଜଣାପଡିଛି l ସୂଚନା ଅନୁସାରେ ଗତକାଲି ରାତିରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ବଡ଼ମାଲ ଖେଳପଡିଆ ଠାରେ ମଦ ବିକ୍ରି ହେଉଥିବା ଜାଣିପାରି ପୁଲିସ ଟିମ ଚଢ଼ାଉ କରିଥିଲେ l ଚଢ଼ାଉ ସମୟରେ ସେଠାରୁ ୫୫ ଲିଟର ବେଆଇନ ଦେଶି ମଦ ଜବତ କରିବା ସହିତ ମଦ ବେପାରୀ ନୀଳାମ୍ବର ମାଝୀଙ୍କୁ ଗିରଫ କରିଥିଲେ l ଆଜି ତାଙ୍କ ନାମରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ନୀଳାମ୍ବରକୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୁଚନା ମିଳିଛି।