Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଶନ ବାତ୍ସଲ୍ୟ ଅଧୀନରେ ପିତୃହୀନ ଅସହାୟ ପରିବାର ର ଶିଶୁଙ୍କୁ ପୃଷ୍ଠପୋଷକତା ଆର୍ଥିକ ସହାୟତା ପ୍ରଦାନ ା

ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲାରେ ପୃଷ୍ଠପୋଷକତା ଆର୍ଥିକ ସହାୟତା ପ୍ରଦାନ ମିଶନ ବାତ୍ସଲ୍ୟ ଅଧୀନରେ ପିତୃହୀନ ଅସହାୟ ପରିବାର ର ଶିଶୁ ମାନଙ୍କ ଶିକ୍ଷା ସ୍ଵାସ୍ଥ୍ୟ ତଥା ପୃଷ୍ଟି ନିମନ୍ତେ ଜିଲ୍ଲାପାଳ ବିମଲେନ୍ଦୁ ରାଏ ପୁଷ୍ଠପୋଷକତା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି | ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିରମହାରାଜପୁର ବ୍ଲକ ହନୁମାନପାଲି ଗ୍ରାମର ଶାନ୍ତି ମେହେର ଙ୍କ ଝିଅ କ୍ରୀଷ୍ଣା ମେହେର ଏବଂ ଡୁଙ୍ଗୁରିପାଲି ବ୍ଲକ ମହୁଲପାଲି ଗ୍ରାମର ସୁସ୍ମିତା ସାହୁ ଙ୍କ ଝିଅ ଆଦ୍ୟାସା ସାହୁ ପ୍ରତ୍ୟେକଙ୍କୁ ୪୦୦୦ ଟଙ୍କାର ଚେକ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ସୁବର୍ଣ୍ଣପୁର | ସହାୟତା ନିମନ୍ତେ ଉଭୟ ପରିବାର ପାଇଁ ୪୮୦୦୦ ଟଙ୍କା ଲେଖାଁଏ ମଞ୍ଜୁର ହୋଇଥିବା ବେଳେ ପ୍ରତିମାସ ଜଣ ପ୍ରତି ୪୦୦୦ ଟଙ୍କା ଲେଖାଁଏ ପ୍ରଦାନ କରାଯିବ l ଏହି ଅବସରରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନିହାର ରଞ୍ଜନ କଅଁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ପ୍ରମୁଖ ଉପସ୍ଥିତ ଥିଲେ | କାର୍ଯକ୍ରମରେ ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର, ସାମାଜିକ କର୍ମୀ ରୁଦ୍ର ପ୍ରସନ୍ନ ମିଶ୍ର, ପରାମର୍ଶ ଦାତା ପ୍ରଶାନ୍ତ ମହାକୁଡ, ସ୍ୱାଗତରାଜ ମିଶ୍ର , ଥବିର କାଳସାଏ,ବିଶେଶ୍ଵର ହୋତା, ସରିତା ସୁନା ସହଯୋଗ କରିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ