ବାଇକକୁ ପଛରୁ ଧକ୍କାଦେଲା ବସ୍ , ସ୍ବାମି ମୃତ ଓ ସ୍ତ୍ରୀ ଗୁରୁତର ା


ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ସିଆଲଜୁରି ନିକଟରେ ବାଇକକୁ ପଛରୁ ଧକ୍କାଦେଲା ବସ ସ୍ୱାମୀ ମୃତ ଓ ସ୍ତ୍ରୀ ଗୁରୁତର । ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥ ସିଆଲଜୁରି ନିକଟରେ ଗତକାଲି ବିଳମ୍ବିତ ରାତ୍ରି ରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ହୋଇଥିବା ଜଣା ପଡିଛି । ସୁଚନା ଅନୁସାରେ ବାଘପାଲି ଗାଁର ସ୍ୱାମୀ ସ୍ତ୍ରୀ ଦୁଃଶାସନ ସାହୁ ଓ କୁନ୍ତି ସାହୁ ବାଇକ ଯୋଗେ ଘରକୁ ଫେରୁଥିଲେ । ତେବେ ସିଆଲଜୁରି ନିକଟରେ ଚକାଡୋଲା ନାମକ ଘରୋଇ ବସ ଉଭୟଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଉଭୟେ ଗୁରୁତର ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ହେଲେ ଦୁହିଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ତେବେ ବୁର୍ଲା ନେବା ବାଟରେ ଦୁଃଶାସନଙ୍କ ମୃତ୍ୟୁ ହୋଇଥିବା ସୁଚନା ମିଳିଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ଅବସ୍ଥା ରେ ବୁର୍ଲା ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଘଟଣା ସ୍ଥଳରେ ସୋନପୁର ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।