ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗକୁ ଗଞ୍ଜେଇ ଧରିବାରେ ପୁଣି ମିଳିଛି ସଫଳତା ।


ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗକୁ ଗଞ୍ଜେଇ ଧରିବାରେ ପୁଣି ମିଳିଛି ସଫଳତା । ଆଜି ସକାଳୁ ବୀରମହାରାଜପୁର ଅବକାରୀ ବିଭାଗର ଏକ ଟିମ ପେଟ୍ରୋଲିଙ୍ଗ କରୁଥିବା ବେଳେ ଉଲୁଣ୍ଡା ବ୍ଲକ ବିଶିପଡା ରାଜୀବଗାନ୍ଧି ଭବନ ଠାରୁ ଏକ କାରରେ ଜଣେ ବ୍ୟକ୍ତି ଯାଉଥିବା ବେଳେ ଆଟକାଇଥିଲା । ହୁଣ୍ଡାଇ ୱିଙ୍ଗ କାରକୁ ଚେକିଙ୍ଗ କରିବା ବେଳେ ପାଖାପାଖି ୨୧ କେଜି ଗଞ୍ଜେଇ ବାହାରି ଥିଲା । ଅଭିଯୁକ୍ତ ଜଣକ ହେଲେ ଛତୀଶଗଡ ରାଜ୍ୟର ରିଶବ ନିସାଦ ବୋଲି ଜଣାପଡିଛି । ରିଶବ ଠାରୁ ଗଞ୍ଜେଇ ନେଇ ଯାଉଥିବା କାର କୁ ଜବତ କରିବା ସହିତ ଆଜି କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଅବକାରି ଆରକ୍ଷୀ ଅଧିକ୍ଷକ ।