Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଚୋରାଚାଲାଣ ବେଳେ ଗଞ୍ଜେଇ ସହିତ କlର ଜବତ କଲା ଅବକାରୀ ବିଭାଗ ; ଜଣଙ୍କୁ କୋର୍ଟ ଚାଲାଣ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅବକାରୀ ବିଭାଗ ବୁଧୁବାର ଉଲୁଣ୍ଡା ବ୍ଲକ ବିଶିପଡା ଗ୍ରାମର ରାଜିବ ଗାନ୍ଧି ଭବନ ନିକଟରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଏକ କାର କୁ ଜବତ କରିବା ସହିତ ଜଣେ ବ୍ୟକ୍ତି ଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ ହେଉଛି ଛତିଶଗଡ ରାୟଗଡ ଜିଲ୍ଲା ମୁକଡେଗା ମୁଖ୍ୟ ବସ୍ତିର ଧନିରାମ ନିସାଦ ଙ୍କ ପୁଅ ରିଷବ ନିସାଦ(୨୯) ଅଟନ୍ତି । ଅବକାରି ବିଭାଗ ତରଫରୁ ମିଳିଥିବା ତଥ୍ୟ ଅନୁସାରେ ବୌଦ୍ଧ ଜିଲ୍ଲା ବାଉଁସୁଣି ରୁ ସୋନପୁର ଦେଇ ସମ୍ବଲପୁର ଆଡକୁ ଓଆର ୧୫ ଏଲ ୧୬୨୨ ନମ୍ବର ବିଶିଷ୍ଟ ମେଟାଲିକ କଲର ର ଏକ ହୁଇଣ୍ଡାଇ ସାଣ୍ଟ୍ରୋ କାର ଦ୍ରୁତ ଗତିରେ ଯାଉଥିବା ବେଳେ ଉକ୍ତ ରାସ୍ତାରେ ପେଟ୍ରୋଲିଂ କରୁଥିବା ବୀରମହାରାଜପୁର ଅବକାରି ବିଭାଗ ସନ୍ଦେହରେ ଗାଡିକୁ ଆଟକାଇ ଥିଲେ । ତନଖି ବେଳେ ଉକ୍ତ ଗାଡିରୁ ୨୦କିଗ୍ରା ୫୦୦ଗ୍ରାମର ଗଞ୍ଜେଇ ଜବତ କରାଯାଇଛି । ଏହା ସହିତ ବ୍ୟବହୃତ ଗାଡି କୁ ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ଜlମିନ୍ ନାମାଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତ ଅଭିଯୁକ୍ତ କୁ ପଠାଇ ଦିଆଯାଇଛି । ଉକ୍ତ ଚଢାଉବେଳେ ବୀରମହାରାଜପୁର ଅବକାରୀ ଏସ. ଆଇ ସୁମିତ୍ରା ହେମ୍ବ୍ରମ ଙ୍କ ସହିତ ଏଏସଆଇ ପ୍ରଶାନ୍ତ କୁମାର ପରିଡା , କନେଷ୍ଟବଳ ରାଜିବ କୁମାର ଭଞ୍ଜ , ଉର୍ବୀ ମାଝି , ରେଣୁକା ଭୁଏ ପ୍ରମୁଖ ସାମିଲ ଥିଲେ।