Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂସଦରେ ସଂଗ୍ରାମ ମଧ୍ୟରେ ମଣିପୁର ଯିବ ବିରୋଧୀ ସାଂସଦଙ୍କ ଟିମ୍, ବଢିପାରେ ସରକାରଙ୍କ ଅଡ଼ୁଆ

ନୂଆଦିଲ୍ଲୀ: ମଣିପୁର ପ୍ରସଙ୍ଗ ନେଇ ସଂସଦରେ ସଂଗ୍ରାମ ଜାରି ରହିଛି। ଏହା ମଧ୍ୟରେ ବିରୋଧୀ ମେଣ୍ଟ ଇଣ୍ଡିଆ ବଡ଼ ଘୋଷଣା କରିଛି। ସୂଚନା ଅନୁଯାୟୀ, ଜୁଲାଇ ୨୯ ଏବଂ ୩୦ ତାରିଖରେ ମେଣ୍ଟର ସାଂସଦର ପ୍ରତିନିଧି ଦଳ ମଣିପୁର ଗସ୍ତ କରିବେ। ସଂସଦର ମୌସୁମୀ ଅଧିବେଶନରେ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ପ୍ରସଙ୍ଗରେ ଉଲ୍ଲେଖ କରନ୍ତୁ ବୋଲି ବିରୋଧୀ ଦାବି କରି ଆସୁଛନ୍ତି। ଏହା ମଧ୍ୟରେ ବୁଧବାର ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ମଞ୍ଜୁରୀ ଦେଇଛନ୍ତି। ସେପଟେ ଇଣ୍ଡିଆର ସାଂସଦମାନଙ୍କ ମଣିପୁର ଯିବାକୁ ଘୋଷଣା କରିବା କେନ୍ଦ୍ର ସରକାରଙ୍କ ଅଡ଼ୁଆ ବଢିପାରେ।

ମଣିପୁର ଘଟଣାରେ ସରକାରଙ୍କ ବିରୋଧରେ ପ୍ରତିବାଦ ଜଣାଇବା ପାଇଁ ଗୁରୁବାର ବିରୋଧୀ ସାଂସଦ କଳା କପଡ଼ା ପିନ୍ଧି ସଂସଦରେ ପହଞ୍ଚିଛନ୍ତି। ଅନ୍ୟପଟେ ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ସରକାର ଗୃହରେ ବିବୃତି ଦେବାକୁ ପ୍ରସ୍ତୁତ। ସରକାର ଚାହୁଁଛନ୍ତି ଏହି ପ୍ରସଙ୍ଗରେ ଚର୍ଚ୍ଚା ହେଉ, କିନ୍ତୁ ବିରୋଧୀ ଏଥିପାଇଁ ପ୍ରସ୍ତୁତ ନାହାନ୍ତି। ଏଥିପାଇଁ ସଦନର ଗୃହକାର‌୍ୟ୍ୟ ସୂଚାରୁରୂପେ ପରିଚାଳନା କରିବାକୁ ଦିଆଯାଉ ନାହିଁ।

ସୂଚନାଯୋଗ୍ୟ, ଜୁନର ଶେଷ ଆଡ଼କୁ ରାହୁଲ ଗାନ୍ଧୀ ମଣିପୁର ଗସ୍ତ କରିଥିଲେ। ସେ ରିଲିଫ ଶିବିରରେ ଲୋକଙ୍କ ସହିତ ଭେଟିଥିଲେ। ରାହୁଲଙ୍କ ଗସ୍ତ ସମୟରେ ତାଙ୍କୁ ଚୁରାଚାନ୍ଦପୁର ପହଞ୍ଚିବା ପୂର୍ବରୁ ତାଙ୍କ ଗାଡ଼ିକୁ ଅଟକା ଯାଇଥିଲା। ଏହା ପରେ ରାହୁଲଙ୍କୁ ଇମ୍ଫାଲ ବିମାନ ବନ୍ଦର ଫେରିବାକୁ ପଡ଼ିଥିଲା ଏବଂ ହେଲକପ୍ଟରରେ ଯିବାକୁ ପଡ଼ିଥିଲା। ଏଥର ମଧ୍ୟ ସୁରକ୍ଷାର ଦ୍ଵାହି ଦେଇ ବିରୋଧୀ ସାଂସଦକୁ ଅଟକାଇବାକୁ ଚେଷ୍ଟା କରାଯାଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ