ଏନ. ବରପଲ୍ଲୀ ଗ୍ରାମରେ ବିଷାକ୍ତ ସାପ କାମୁଡ଼ା ରେ ଚାଷୀ ମୃତ


ଖଲ୍ଲିକୋଟ–୨୭/୦୭–ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡିମିରିଆ ପଞ୍ଚାୟତର ଏନ୍. ବରପଲ୍ଲୀ ଗ୍ରାମରେ ବିଷାକ୍ତ ସାପ କାମୁଡାରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଏନ୍ .ବରପଲ୍ଲୀ ଗ୍ରାମର ଚାଷୀ ସନିଆ ପ୍ରଧାନ ବୁଧବାର ଦିନ ଅପରାହ୍ନରେ ବିଲକୁ ଚାଷ କାମ କରିବା ପାଇଁ ଯାଇଥିଲେ । ତେବେ ବିଲରେ କାମ କରୁଥିବା ସମୟରେ ଏକ ବିଷାକ୍ତ ସାପ ସନିଆଙ୍କୁ କାମୁଡି ଦେଇଥିଲା । ଯାହା ଫଳରେ ସନିଆ ଗୁରୁତର ଆହାତ ହୋଇଥିଲେ । ତୁରନ୍ତ ସ୍ଥାନୀୟ ଲୋକେ ସନିଆଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ସଂଧ୍ୟାରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଆସିଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଆଜି ଅର୍ଥାତ ଗୁରୁବାର ସକାଳୁ ଖବର ପାଇ ଖଲ୍ଲିକୋଟ ପୋଲିସ ମେଡ଼ିକାଲରେ ପହଞ୍ଚି ମୃତ ଦେହକୁ ଜବତ କରି ଥାନା କେସ ନମ୍ବର ୨୧/୨୦୨୩ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଥାନା ଅଧିକାରୀ ଶ୍ରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।