Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାମୀବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ସମ୍ବାଦ ସାହିତ୍ୟଘର ତରଫରୁ ବୃକ୍ଷରୋପଣ,

ବେଲଗୁଣ୍ଠା, 26/07, ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ତରଫରୁ ଏକ ମାସ ଧରି ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ବନ ମହୋତ୍ସବ ଚାଲିଥିବା ବେଳେ ଆଜି କାର୍ଗିଲ୍ ବିଜୟ ଦିବସ ଅବସରରେ ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଠାରେ ସମ୍ବାଦ ସହିତ୍ୟ ଘର ତରଫରୁ ସପ୍ତମତମ ବନ ମହୋତ୍ସବ ପାଳନ ଅବସରରେ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର, ବେଲଗୁଣ୍ଠା ପ୍ରେସକ୍ଳବ ଏବଂ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ମିଳିତ ସହଯୋଗରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ସାଂଗଠନିକ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୁବ ସମାଜସେବୀ ତ୍ରିନାଥ ଜେନା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ 49 ନମ୍ବର୍ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ, ଜିଲିବା ସେବା ସମବାୟ ସମିତି ସଭାପତି ରାଜ୍ କିଶୋର ବିଷୋୟୀ,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସମ୍ପାଦକ ଅଶ୍ଵିନୀ ମହାନ୍ତି, ସହସମ୍ପାଦକ ସରୋଜ ଶତପଥୀ,ମାଆ ବୁଢାକେନ୍ଦୁ ଆଞ୍ଚଳିକ ଯୁବ ଛାତ୍ର ସଂସଦ ସଭାପତି ପଞ୍ଚାନନ ନାୟକ, ଅନୁଷ୍ଠାନ ସଭାପତି ସୁଶାନ୍ତ ବେହେରା, ସମ୍ପାଦକ ମାଧବ ଚନ୍ଦ୍ର ଆପଟଙ୍କ ସମେତ ବନରକ୍ଷୀ ନଳିନୀ ପ୍ରଭା ବାଗ୍, ରତ୍ନ ମଳିକ ପ୍ରମୁଖ ଯୋଗ ଦେଇଥିଲେ I ଏହି ଅବସରରେ ଅନୁଷ୍ଠାନର କୋଡ଼ିଏ ଏକର ପରିମିତ ସ୍ଥାନରେ ଚାରା ରୋପଣ ପାଇଁ ପ୍ରସ୍ତୁତି ହୋଇଥିବା ବେଳେ ସେହି ସ୍ଥାନରେ ଜାମୁକୋଳି,ହରିଡ଼ା, ଅଁଳା, ବାହାଡା, ନିମ୍ବ, ବେଲ, ଅର୍ଜୁନ,ଆଶୋକ, କରଞ୍ଜ ଭଳି ବିଭିନ୍ନ କିସମର 165 ଟି ଔଷଧିୟ ଚାରା ରୋପଣ କରାଯାଇଥିଲା I ପ୍ରତ୍ୟେକ ଚାରାକୁ ଅନୁଷ୍ଠାନର ଜଣେ ଜଣେ ଛାତ୍ରଙ୍କ ନାମରେ ନାମିତ କରାଯାଇଥୁବା ବେଳେ ଏହି ଗଛ ଗୁଡ଼ିକର ଦାୟିତ୍ୱ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ନେଇ ଏହାକୁ ବଞ୍ଚାଇ ରଖିବାକୁ ପ୍ରୟାସ କରିବେ ବୋଲି ଅନୁଷ୍ଠାନ ସମ୍ପାଦକ ମାଧବ ଚନ୍ଦ୍ର ଆପଟ ପ୍ରତିଶୃ୍ତି ଦେଇଥିଲେ I ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀ ପ୍ରଧାନ,ଶିକ୍ଷୟିତ୍ରୀ ସୁନିତା ପୋଲାଇ,ରଶ୍ମିତା କୁମାରୀ ଆପଟ, ସୁଲୋଚନା ଡାକୁଆ,ବିଜୟଲକ୍ଷ୍ମୀ ସାମଲ, ପୂଜା ସ୍ଵାଇଁଙ୍କ ସମେତ ସାମ୍ବାଦିକ ମନୋରଞ୍ଜନ ମହାରଣା, ବଣ୍ଟି ଗୌଡ଼ ପ୍ରମୁଖ ଉପସ୍ଥିତ ରହି କର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ପ୍ରକାଶ ଥାଉକି ଦୀର୍ଘ ପାଞ୍ଚ ବର୍ଷ ହେବ ଏହି ବିଦ୍ୟାଳୟରେ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ କରାଯାଉଥିବା ବେଳେ ରୋପଣ କରାଯାଇଥିବା 370 ଟି ଗଛ ମଧ୍ୟରୁ 215 ଟି ଗଛ ବଞ୍ଚି ରହିଥିବାରୁ ଅନୁଷ୍ଠାନ ସମ୍ପାଦକ ମାଧବ ଚନ୍ଦ୍ର ଆପଟଙ୍କୁ ସମ୍ବାଦ ପ୍ରତିନିଧି ତଥା ସମ୍ବାଦ ସାହିତ୍ୟ ଘର ସାଂଗଠନିକ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର ଧନ୍ୟବାଦ ଜ୍ଞାପନ କରିବା ସହ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ I ଆଗାମୀ ଦିନରେ ଏହି ଅନୁଷ୍ଠାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ସହିତ ପ୍ରେସକ୍ଲବ ଏବଂ ସମ୍ବାଦ ସାହିତ୍ୟି ଘର ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରକାଶ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ