Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ାଏନ୍ଫୋର୍ସମେଣ୍ଟ କୁ ଜୋରଦାର ତଥା କଡାକଡି କରିବା ଉପରେ ଗୁରୁତ୍ୱାରୋପ ା

ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଦ୍ୱାରା ଆହୁତ ଏହି ବୈଠକ ରେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା , ଜିଲ୍ଳା ପରିବହନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଜେନା,ଏସ ଇ ପି ଡବ୍ଲୁ ଡି ଇଂ ଦାମୋଦର କୈବର୍ତ୍ତ , ଅତିରିକ୍ତ ଜିଲ୍ଳା ଜନ ସ୍ୱାସ୍ଥ୍ୟ ଅଧିକାରୀ ଟିବି ଡ଼ଃ ପଦ୍ମହଂସା ଦୋରା , ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ , ଜିଲ୍ଲା ଘରୋଇ ବସ ମାଲିକ ସଂଘ ସଭାପତି ପୁରୁଷୋତ୍ତମ ପାଣିଗ୍ରାହୀ , ଟ୍ରକ ମାଲିକ ସଂଘ ସଭାପତି ଭାସ୍କର ବାବୁ ଶ୍ରଦ୍ଧାକର ଦାଶ,ରେଆର ପ୍ରତିନିଧି ଅଞ୍ଜଳି ନେଗୀ, ସାମ୍ବାଦିକ ମୃତ୍ୟୁଞ୍ଜୟ ଶତପଥୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ଏମ ଭି ଆଇ ଶ୍ରୀ ବିଶ୍ୱ ରଞ୍ଜନ ସାହୁ ,ବିଭାଗୀୟ ଅଧିକାରୀ, କମିଟି ସଦସ୍ୟ ସଦସ୍ୟା ପ୍ରମୁଖ ଯୋଗ ଦେଇ ଜିଲ୍ଲାରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ କୁ ହ୍ରାସ କରିବା ଉପରେ ଆଲୋଚନା କରିଥିଲେ l ଏହି ପରିପ୍ରେକ୍ଷୀରେ ରାସ୍ତା ଗୁଡିକର ଭିତ୍ତି ଭୂମିକୁ ବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱାରୋପ କରି ଜିଲ୍ଲl ଅନ୍ତର୍ଗତ ରାଜ୍ୟ ରାଜପଥ ତଥା ଜାତୀୟ ରାଜପଥ ରେ ଥିବା ବୁଲାଣୀ ଓ ଦୁର୍ଘଟଣା ପ୍ରବଣ ସ୍ଥାନ, ରାସ୍ତା ସଂଲଗ୍ନ ସ୍କୁଲ, ରାଜ୍ୟ ରାଜପଥ ତଥା ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ସହ ଅନ୍ୟାନ୍ୟ ଚି଼ହ୍ନଟ ସମ୍ବେଦନଶୀଳ ସ୍ଥାନ/ଅଞ୍ଚଳ ରେ ସାଂକେତିକ ଫଳକ ସହିତ ଦୁର୍ଘଟଣା ପ୍ରବଣ ସ୍ଥାନ ଗୁଡିକରେ ସୂଚନା ଫଳକ ସହିତ ତୁରନ୍ତ ଜରୁରୀ ସହାୟତା ନମ୍ବର ପଦର୍ଶନ କରିବାକୁ ଗୁରୁତ୍ୱାରୋପ କରିଛନ୍ତି ଜିଲ୍ଲାପାଳ l ପୁନଶ୍ଚ ପିଚୁ ରାସ୍ତା ଉପରେ ଲୁହାଚକ ଟ୍ରାକ୍ଟର ଚାଳନା ଉପରେ ମଧ୍ୟ୍ୟ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ସମ୍ପୃକ୍ତ ଅଧିକାରୀ ଙ୍କୁ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ପରାମର୍ଶ ଦେଇଛନ୍ତି l ଗ୍ରାମୀଣ ରାସ୍ତାରୁ ଜାତୀୟ ରାଜପଥ କୁ ସଂଯୋଗ କରୁଥିବା ରାସ୍ତା ରେ ସୂଚନା ଫଳକ, ଲମ୍ବରର,ସ୍ପିଡ଼ ବ୍ରେକର ଲଗାଇବାକୁ ଜିଲ୍ଲାପାଳ ଶ୍ରୀ ରାୟ ସମ୍ପୃକ୍ତ ଏନ ଏଚ, ପୀଡବ୍ଲୁଡି ଓ ଆର ଡି ବିଭାଗ ଅଧିକାରୀ ଙ୍କୁ ପରାମର୍ଶ ଦେଇଛନ୍ତି l ଏତଦ ବ୍ୟତୀତ ଜିଲ୍ଲାର ସଡ଼କ ଦୁର୍ଘଟଣା ସହ ଦୁର୍ଘଟଣା ଜନିତ ମୃତ୍ୟୁ କୁ ହ୍ରାସ କରିବା ନିମନ୍ତେ ଆବଶ୍ୟକ ଜନ ସଚେତନତା ତଥା ପୋଲିସ ପ୍ରଶାସନ ସହ ମିଳିତ ଭାବେ ଜୋରଦାର ଚଢ଼ାଉ ଉପରେ ଗୁରୁତ୍ଵାରୋପ କରିଛନ୍ତି ଜିଲ୍ଲାପାଳ ଶ୍ରୀଯୁକ୍ତ ରାୟ l ଚଳିତ ବର୍ଷ ଜାନୁଆରୀ ମାସ ଠାରୁ ଜୁନ ମାସ ପର୍ଯ୍ୟନ୍ତ ବିନା ହେଲମେଟ ଗାଡିଚାଳନା ରେ 3265 ଜଣ, ଦ୍ରୁତ ଗତି ଗାଡି ଚାଳନା ନିମନ୍ତେ 2556, ବିନା ସିଟ ବେଲ୍ଟ ଗାଡି ଚାଳନାରେ ରେ 89, ମୋବାଇଲ ଫୋନ ବ୍ୟବହାର ସହ ଗାଡି ଚାଳନାରେ 247, ମାଲ ବୁହା ଗାଡ଼ିରେ ଯାତ୍ରୀ ପରିବହନ ସକାଶେ 92, ଏବଂ ମଦ୍ୟପ ଗାଡିଚାଳନାରେ 137ଜଣ ଙ୍କୁ ଧରାଯାଇଥିବା ବେଳେ 1287 ଜଣଙ୍କ ଗାଡି ଚାଳନା ପଞ୍ଜିକରଣ କୁ ରଦ୍ଦ କରାଯାଇ ଥିବା ପରିବହନ ଅଧିକାରୀ ସୂଚନା ଦେଇଛନ୍ତି l ସେହିପରି 2023 ବର୍ଷ ଉପରୋକ୍ତ ସମୟ ସୁଦ୍ଧା ସମୁଦାୟ 45 ଟି ସଡ଼କ ଦୁର୍ଘଟଣା ଘଟି 36 ଜଣଙ୍କ ଅକାଳ ବିୟୋଗ ହୋଇଥିବା ସୂଚୀତ କରିଛନ୍ତି l ଜିଲ୍ଲପାଳ ଏହି ଅବସରରେ ସମସ୍ତ ଜିଲ୍ଲାବାସୀଙ୍କୁ ସଡ଼କ ସୁରକ୍ଷା ର ସମସ୍ତ ନିୟମ କୁ ପାଳନ କରିବା ସହିତ ଜିଲ୍ଲାରୁ ଦୁର୍ଘଟଣା ଜନିତ ମୃତ୍ୟୁ କୁ ହ୍ରାସ କରିବାରେ ଗାଡି ଚାଳକ ତଥା ଜନସାଧାରଣ ଯତ୍ନବାନ ହେବାକୁ ଅନୁରୋଧ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ