Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟେଭାପଦର ମିଶନ ଶକ୍ତି ଗୃହ ବହୁଦିନ ଧରି ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ି ରହି ଥିବାରୁ ହନ୍ତସନ୍ତ ହେଉଛନ୍ତି ସ୍ଵୟଂ ସହାୟକ ଗୋଷ୍ଠୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ପଞ୍ଚାୟତ ଅନ୍ତର୍ଗତ ଟେଭାପଦର ଗ୍ରାମ ଠାରେ ନିର୍ମାଣ ହୋଇଥିବା ମିଶନ ଶକ୍ତି ଗୃହ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଫଳରେ ମିଶନ ଶକ୍ତି ସଦସ୍ୟା ମାନେ ଅନେକ ସମୟରେ ‌ବୈଠକ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ସରକାରଙ୍କ ରାଜସ୍ବରୁ ୫ ଲକ୍ଷ ଟଙ୍କା ବ୍ୟୟରେ ୨୦୨୧-୨୨ ରେ ଉକ୍ତ ମିଶନ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ବହୁ ଦିନ ବିତିଯାଇଥିଲେ ମଧ୍ୟ ଉକ୍ତ ଗୃହ ସଂପୂର୍ଣ୍ଣ ହୋଇପାରିନାହିଁ। ଫଳରେ ମହିଳା ଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଉକ୍ତ ମିଶନ ଶକ୍ତି ଗୃହ ପିତାମହୁଲ ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟ ଠାରେ ନିର୍ମାଣ ହୋଇନଥିବାରୁ ଗ୍ରାମବାସୀ ତଥା ଅଞ୍ଚଳର ମିଶନ ଶକ୍ତି ସଦସ୍ୟାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା କୁ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ