Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୁଟଖା, ତମାଖୁ ବିକ୍ରି ହେଉଥିବା ଦୋକାନରେ ଚଢାଉ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା , ଜଟେସିଂହା ଆଦି ଅଂଚଳ ର କେତେକ ପାନ ଦୋକାନ ତଥା ଚା ଦୋକାନରେ ଗୁଟଖା ଓ ତମାଖୁ ବିକ୍ରି ହେଉଥିବା ଅଭିଯୋଗରେ ଚଢାଉ କରାଯାଇଥିଲା । ଉକ୍ତ ଚା ଓ ପାନ ଦୋକାନ ମାନଙ୍କରେ ଚଢାଉ କରିଥିଲେ ମଧ୍ୟ କୌଣସି ତମାଖୁ କିମ୍ବା ଗୁଟଖା ଜବତ କରି ନଥିବା ବେଳେ ତମାଖୁ ଓ ଗୁଟଖା ବିକ୍ରି ଅଭିଯୋଗରେ ମାତ୍ର ୮୫୦ଟଙ୍କା ଜରିମାନା ଆଦାୟ କରାଯାଇଛି । ବୀରମହାରାଜପୁର ଅଂଚଳର ବିଭିନ୍ନ ଦୋକାନ ମାନଙ୍କରେ ତମାଖୁ , ଗୁଟଖା , ସିଗାରେଟ ଭଳି ମାଦକ ଦ୍ରବ୍ୟ ବିକ୍ରି ହେଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲା । ଏପରିକି କେତେକ ସ୍ଥାନ, ସ୍କୁଲ ଓ କଲେଜ ସମ୍ମୁଖରେ ମଦ୍ୟ ଭଳି ମାଦକ ଦ୍ରବ୍ୟ ବିକ୍ରି ହେଉଥିବା ଅଭିଯୋଗ ହେଉଥିଲା । ତେବେ ଗୁରୁବାର ଚଢାଉ କରି ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ନେଇଛି ବିଭାଗ । ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରିଣୀ ସସ୍ମିତା ନାଏକ ଙ୍କ ନେତୃତ୍ବରେ ଏନସିଡି ମ୍ୟାନେଜର ଗିତାଞ୍ଜଳୀ ମେହେର , ବୀରମହାରାଜପୁର ପୋଲିସ ଓ ଅବକାରୀ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।