Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ବ୍ଲକ ରେ ମନରେଗା ସମାଜିକ ସମୀକ୍ଷା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ ବୀରମହାରାଜପୁର ବ୍ଲକ ମହାତ୍ମାଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାର ସାମାଜିକ ସମୀକ୍ଷା ବୈଠକ ବିଡିଓ ମୋତିଲାଲ ସୁଲିଆ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ଜିଲ୍ଲାପରିଷଦ ପ୍ରକଳ୍ପ ଅଧିକାରୀ ନିହାର ରଞ୍ଜନ କହଁର ସମସ୍ତ ପ୍ରକଳ୍ପ ର ସମୀକ୍ଷା କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବୀରମହାରାଜପୁର ବ୍ଲକ ର ସମସ୍ତ ପନ୍ଦର ଗୋଟି ଗ୍ରାମପଞ୍ଚାୟତ ର ମନରେଗା ରେ ହୋଇଥିବା କାର୍ଯ୍ୟର ସମୀକ୍ଷା କରିବା ସହିତ ବନ ବିଭାଗ , ଜଳଛାୟା ବିଭାଗ , ଉଦ୍ୟାନ ବିଭାଗ ଅଧୀନରେ ଥିବା କର୍ମନିଯୁକ୍ତି ର ସମୀକ୍ଷା କରିଥିଲେ l ଉକ୍ତ ସମୀକ୍ଷା ବୈଠକ ରେ ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ , ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ବ୍ଲକ ସାମାଜିକ ସମୀକ୍ଷା ସଦସ୍ୟ କିଶୋର ହୋତା , ପ୍ରଭଞ୍ଜନ କର୍ମୀ , ସୁରୁ ନାରାୟଣ ମହାକୁର , ଜିଲ୍ଲା ମନରେଗା ଅଧିକାରୀ ସୁବ୍ରତ ମହାକୁର , ମନରେଗା ବ୍ଲକ ସମୀକ୍ଷକ ଚୈତନ୍ୟ ମଲ୍ଲିକ , ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ , ଜୁନିୟର ଇଂଜିନିୟର , ସହକାରୀ ଯନ୍ତ୍ରୀ, ଜି ଆର ଏସ , ଭି ଆର ବି , ପି ଆର ଆଇ ସଦସ୍ୟ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ସମିତ ମହାକୁର ପରିଚାଳନା କରିଥିଲେ l