Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ ସମସ୍ଯାର ପ୍ରତିବାଦ କରି ଗ୍ରୀଡ ରେ ତାଲା ପକାଇଲେ ସିଣ୍ଢୋଲ ଗ୍ରାମବାସୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ସିଂଢୋଲ ବିଦ୍ୟୁତ ଗ୍ରୀଡ଼ରେ ରବିବାର ସ୍ଥାନୀୟ ଜନସାଧାରଣ ଅଘୋଷିତ ବିଦ୍ୟୁତ କାଟ ହେଉଥିବା ସମସ୍ୟାକୁ ନେଇ ତାଲା ପକେଇ ଥିଲେ l ସୂଚନା ମୁତାବକ କିଛିଦିନ ହେବ ଉକ୍ତ ଗ୍ରୀଡରେ ସର୍ବଦା ବିଦ୍ଯୁତ୍ ସମସ୍ୟା ଦେଖା ଯାଉଥିବା ସହିତ ବିନା କୌଣସି ସୁଚନା ରେ ବାରମ୍ବାର ବିଦ୍ଯୁତ୍ କଟା ଯାଉଛି । ଫଳରେ ସିଂଢୋଲ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି l ଏଣୁ ବିଦ୍ୟୁତ କାଟ ପ୍ରତିବାଦରେ ସିଂଢୋଲ ଗ୍ରୀଡ଼ରେ ଲୋକେ ତାଲା ପକାଇ ଦେଇଥିଲେ l ସେଠାରେ ସିଂଢୋଲ ଗ୍ରାମବାସୀଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଗ୍ରୀଡ଼ରୁ ବିଦ୍ୟୁତ ଯୋଗାଇ ଦେବା ପାଇଁ ଦାବି କରିବା ସହ ଉତ୍ତେଜନା ଦେଖାଦେଇଥିଲା l ଖବର ପାଇଁ ଉଲୁଣ୍ଡା ପୁଲିସ ଘଟଣା ସ୍ଥଳରେ ପହଂଚିଲା ପରେ ପୁଲିସ ଏବଂ ବିଦ୍ୟୁତ କର୍ମଚାରୀ ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରି ଆସନ୍ତା କାଲି ବିଭାଗୀୟ ଅଧିକାରୀଙ୍କୁ ଡାକି ସିଂଢୋଲରେ ଆଲୋଚନା କରାଯିବ ବୋଲି ପ୍ରତିଶୃତି ଦେବା ପରେ ଉତ୍ୟକ୍ତ ଲୋକେ ଗ୍ରୀଡ଼ରୁ ତାଲା ଖୋଲିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ