ବୀରମହାରାଜପୁର ସରସ୍ଵତୀ ଶିଶୁମନ୍ଦିର ରେ ମାତୃ ସମ୍ମିଳନୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ସରସ୍ବତୀ ଶିଶୁ ମନ୍ଦିରରେ ବାଟିକା ବିଭାଗ ପକ୍ଷରୁ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶିଶୁ ବାଟିକା ପ୍ରମୁଖ ନମିତା କର ଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍କୁଲ ପରିଚାଳନା କମିଟୀର ସଭାପତି ରୁଦ୍ରାକ୍ଷ ସାହୁ , ଉପସଭାପତି ପ୍ରଫୁଲ୍ଲ ଡାଙ୍ଗ , ସଂପାଦକ ରାଜେନ୍ଦ୍ର ପଧାନ , ଅଧ୍ୟାପିକା ସନ୍ତୋଷିନୀ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।ଅତିଥିମାନେ ନିଜ ନିଜ ପିଲାଙ୍କ ପ୍ରତି ମାଆ ମାନଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ ବିଷୟରେ ମତ ଉପସ୍ଥାପନ କରିଥିଲେ । ଉପସ୍ଥିତ ମାଆ ମାନଙ୍କୁ ନିଜ ସନ୍ତାନ ସନ୍ତତିମାନଙ୍କ ଉତ୍ତମ ଚରିତ୍ର ଗଠନ ପାଇଁ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ପ୍ରାରମ୍ଭ ଓ ବୋଧ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ମାଆମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।ଶିଶୁ ମନ୍ଦିର ର ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶିଶୁ ବିଦ୍ୟାମନ୍ଦିର ର ପ୍ରଧାନ ଆଚର୍ଯ୍ୟ ଜନକରାମ ପଟେଲ ଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।