ସାଇବର ଠକେଇର ଶିକାର ହେଲେ ଜୀବନ ବିମା ଏଜେଣ୍ଟ ।


ସୁବର୍ଣ୍ଣପୁର-ସାଇବର ଠକେଇର ଶିକାର ହେଲେ ଜୀବନ ବିମା ଏଜେଣ୍ଟ । ସୁବର୍ଣ୍ଣପୁର ଜିଲ୍ଲା ସଦର ସ୍ପନିଙ୍ଗମିଲ କଲୋନିର ଜଗନ୍ନାଥ ତ୍ରୀପାଠି ଙ୍କ ଠାରୁ ୧୬,୯୦୦ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଏସ୍କିସ ବ୍ୟାଙ୍କ ଏକାଉଣ୍ଟରୁ ଠକେଇ ହୋଇଥିବା ସୋନପୁର ଥାନାରେ ଅଭିଯୋଗ କରିଛନ୍ତି । ପ୍ରଥମେ ହ୍ୱାଟସ ଏପ ମାଧ୍ୟମରେ ଏକ ଲିଙ୍କ ଆସିଥିବା ବେଳେ ଏହାକୁ ଖୋଲିବାରୁ ତାଙ୍କ ଏକାଉଣ୍ଟରୁ ଟଙ୍କା କଟିଯାଇଥିଲା । ତିନୋଟି ପର୍ଯ୍ୟାୟରେ ପ୍ରଥମେ ୧୦,୦୦୦ପରେ ୫,୦୦୦ଓ ପରେ ୧୯,୦୦ଟଙ୍କ କଟିଯାଇଥିଲା । ଏହାକୁ ନେଇ ବ୍ୟାଙ୍କ କୁ ଯୋଗାଜୋଗ କରିବା ପରେ ସେ ଜାଣିପାରିଥିଲେ ଯେ ସେ ସାଇବର ଠକେଇର ଶୀକାର ହୋଇଛନ୍ତି ବୋଲି । ବ୍ୟାଙ୍କକୁ ଯୋଗାଯୋଗ କରି ନିଜ ଏକଉଣ୍ଟ ଦେଖିବା ବେଳେ ଯାଣିପାରିଥିଲେ ଯେ ତାଙ୍କ ଏକାଉଣ୍ଟ ମଧ୍ୟ ବ୍ୟକ୍ତିଗତ ଏକଉଣ୍ଟରୁ ଜଏଣ୍ଟ ଏକଉଣ୍ଟ ହେଇଥିବା ଜାଣିବାକୁ ପାଇଥିଲେ । ତାଙ୍କ ବ୍ୟାଙ୍କ ଏକାଉଣ୍ଟ ସହ ତାଙ୍କ ହ୍ୱାଟସ ଏପ ମଧ୍ୟ ହ୍ୟାକ୍ ହୋଇଥିବା ଜାଣିବାକୁ ପାଇଥିଲେ । ଏହାକୁ ନେଇ ସେ ଥାନାରେ ଅଭିଯୋଗ କରିବା ସହିତ ଟଙ୍କା ଫେରିପାଇବାକୁ ଦାବୀ କରିଛନ୍ତି ।