ଛାତ୍ରୀ ଙ୍କୁ ଅସଦାଚରଣ କଲେ ସ୍କୁଲ ଶିକ୍ଷକ ା ଥାନାରେ ଲିଖିତ ଅଭିଯୋଗ ା


ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରୁ ଆସିଛି ଏକ ସାଙ୍ଘାତିକ ଅଭିଯୋଗ । ଉଲୁଣ୍ଡା ବ୍ଲକ ନିମ୍ନା ୟୁପି ସ୍କୁଲର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି ସ୍କୁଲର ଜଣେ ଶିକ୍ଷକ । ଏହାକୁ ନେଇ ଛାତ୍ରୀଙ୍କ ବାପା ଆଜି ଉଲୁଣ୍ଡା ଥାନାର ଦ୍ୱାରସ୍ତ ହୋଇଛନ୍ତି । ବିଦ୍ୟାଳୟର ବନମାଳୀ ପରିଡା ନାମକ ଜଣେ ଶିକ୍ଷକ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବିଭିନ୍ନ ସମୟରେ ଖରାପ ନଜରରେ ଦେଖିବା ସହିତ ଅଶ୍ଲୀଳ ଇଙ୍ଗୀତ କରି ଅସଦାଚରଣ କରି ଆସୁଥିଲେ । ଏନେଇ ଛାତ୍ରୀ ଜଣକ ପ୍ରଥମେ ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀଙ୍କୁ ଘଟଣା ବିଷୟରେ ଜଣାଇଥିଲେ ଓ ପରେ ଶିକ୍ଷୟତ୍ରୀ ଜଣକ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଜଣାଇଥିଲେ । ହେଲେ ପ୍ରଧାନ ଶିକ୍ଷୟତ୍ରୀ ଶିକ୍ଷକ ବନମାଳୀଙ୍କ ବିରୁଦ୍ଧରେ କୈାଣସି ପ୍ରକାରର କାର୍ଯ୍ୟାନୁଷ୍ଟାନ ନେଇ ନଥିଲେ । ପରେ ଶିକ୍ଷକ ବନମାଳୀ ପରିଡା ଛାତ୍ରୀଙ୍କୁ ଆହୁରୀ ଅଧିକ ଅଶୋଭନୀୟ ଆଚରଣ କରିଥିଲେ ଛାତ୍ରୀ ଜଣକ ପ୍ରତି । ଫଳରେ ଛାତ୍ରୀ ଜଣକ ପରିବାର ଲୋକଙ୍କୁ ଜଣାଇଥିଲେ ଓ ଛାତ୍ରୀଙ୍କ ବାପା ଆଜି ଏହି ଘଟଣାକୁ ନେଇ ଉଲୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପତ୍ରରେ ଛାତ୍ରୀଙ୍କ ବାପା ଆହୁରୀ ଅନେକ ଛାତ୍ରୀଙ୍କୁ ମଧ୍ୟ ଶିକ୍ଷକ ଆନେକ ସମୟରେ ଏପରି ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଉଲୁଣ୍ଡା ପୋଲିସ କେସ ନଂ ୧୦୪/୨୦୨୩ ରେ ଏକ ମାମଲା ରୁଜୁ କରି ଅଧିକ ଅନୁସନ୍ଧାନ କରୁଥିବା ସୂଚନା ମିଳିଛି । ତେବେ ଶିକ୍ଷକ ଜଣକ ଗତ କାଲି ଠାରୁ ଫେରାର ଥିବା ଜଣା ପଡିଛି।