Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ବାଇକ ମଧ୍ୟରେ ମୁହାମୁହିଁ ଧକ୍କା; ଦୁଇ ଯୁବକ ଗୁରୁତର, ଜଣ କୁ ବୁର୍ଲା ସ୍ଥାନାନ୍ତର

ବୀରମହାରାଜପୁର : ସୋନପୁର – ସମ୍ବଲପୁର ମୁଖ୍ଯ ରାସ୍ତାର ଉଲୁଣ୍ଡା ଥାନା ଅନ୍ତର୍ଗତ ସିଣ୍ଢୋଲ ପଞ୍ଚାୟତ କାର୍ଯ୍ୟାଳୟ ନିକଟ ବୁଲାଣି ରାସ୍ତାରେ ୨ ଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମାନେ ହେଲେ ସିଣ୍ଢୋଲ ର ମଧୁ ମହାଲିଙ୍ଗ ଏବଂ ରବିନ୍ଦ୍ର ବାଘ ବୋଲି ଜଣାପଡିଛି । ସୂଚନା ଅନୁସାରେ ସୋମବାର ଦିନ ପ୍ରାୟ ୧୦ ଟା ସମୟରେ ମଧୁ ଉଲୁଣ୍ଡା ପଟରୁ ଏକ ବାଇକ୍ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ସେହି ସମୟରେ ରବିନ୍ଦ୍ର ସିଣ୍ଢୋଲ ପଟରୁ ଏକ ବାଇକ୍ ଯୋଗେ ଉଲୁଣ୍ଡା ଅଭିମୁଖେ ଆସୁଥିବା ବେଳେ ଉକ୍ତ ସ୍ଥାନରେ ଉଭୟ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରୁ ଉଭୟଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରି ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଉଭୟଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ମଧୁ ଙ୍କୁ ବୁର୍ଲା ଏବଂ ରବିନ୍ଦ୍ର ଙ୍କୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଅନ୍ଯ ପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକ ଗୁଡିକୁ ଜବତ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ