Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲକ୍ଷ୍ମଣପୁର ଗ୍ରାମ ଦୋକାନ ଗୃହ ଜବର ଦଖଲ ଉଚ୍ଛେଦ ପକ୍ରିୟା ଅଧାରେ ଅଟକିଗଲା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ଚଡ଼େଇପଙ୍କ ପଂଚାୟତ ଲକ୍ଷ୍ମଣପୁର ଠାରେ ଥିବା ଏକ ହୋଟେଲ ସମେତ ୬ ଜଣକୁ ଉଲୁଣ୍ଡା ତହସିଲଦାର ସରକାରୀ ଜମି ରୁ ହଟିଯିବା ପାଇଁ ନୋଟିସ ଦେଇଥିଲେ l ସୋମବାର ନିର୍ଦ୍ଧାରିତ ସମୟ ସକାଳ ୧୦ ଟା ସମୟରେ ଜେସିବି ସହ ଏକ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ଯ ଆରମ୍ଭ କରିଥିଲେ । ପ୍ରଥମେ ସୁରେନ୍ଦ୍ର ମେହେର ଙ୍କ ଥିବା ହୋଟେଲ କୁ ଭାଙ୍ଗି ଥିଲା I ପରେ ସରକାରୀ ଜମିରେ ତିଆରି ହୋଇଥିବା ଅନ୍ୟ ଦୋକନ ଭାଙ୍ଗିବା ସମୟରେ ଗ୍ରାମବାସୀ ଏବଂ ମହିଳା ମାନେ ଉତ୍ୟକ୍ତ ହୋଇ ତହସିଲଦାର କୁ ଘେରି ଯାଇଥିଲେ l ସୂଚନା ଅନୁସାରେ ଉଚ୍ଛେଦ କରିବା ପାଇଁ ଉଲୁଣ୍ଡା ତହସିଲଦାର ପାତର ଅନ୍ତର କରୁଥିବା ନେଇ ସ୍ଥାନୀୟ ଜନସାଧାରଣ ସାମିଲ ହେବା ସହ ଉତ୍ୟକ୍ତ ହୋଇ ତହସିଲଦାର ଙ୍କୁ ଘେରାଉ କରିଥିଲେ l ସ୍ଥାନିୟ ଲୋକଙ୍କ କରିବା ଅନୂଯାୟୀ ଗରିବ ପରିବାର କରିଥିବା ଦୋକାନ କୁ ଆଗେ ଭାଙ୍ଗୁଥିବା ବେଳେ ଧନୀ ଶ୍ରେଣୀ ର ଲୋକ ଙ୍କ ଘର କାହିଁକି ଭାଙ୍ଗୁ ନାହ ବୋଲି ପ୍ରଶ୍ନ କରିଥିଲେ l ଅବସ୍ଥା ଏ ଭଳି ହୋଇ ଥିଲା ଯେ ପୋଲିସ ଉପସ୍ଥିତ ଥିଲେ ମଧ୍ୟ୍ୟ ଉଛେଦ ପ୍ରକ୍ରିୟା ହୋଇ ପାରି ନ ଥିଲା l ଏଥିରେ ତହସିଲଦାର ଦିଲ୍ଲୀପ ମାଝି , ଅତିରିକ୍ତ ତହସିଲଦାର ସୋମନାଥ ବେହେରା , ବୀରମହାରାଜପୁର ଏସଡ଼ିପିଓ ଡୋଲା ମଣି ଭୋଇ , ଉଲୁଣ୍ଡା ଥାନା ଆଇଆଇସି ଯୋଗେଶ ପଣ୍ଡା ସମେତ ପୋଲିସ ପ୍ଲାଟୁନ ଉପସ୍ଥିତ ଥିଲେ l ନିକଟରେ ଥିବା ଏକ ଦୋକାନ ଷ୍ଟଲ ସରକାରୀ ଜମି ଉପରେଥିବା କହି ତାଙ୍କ ଜାଗା କୁ ଆଗ ଉଛେଦ କର ବୋଲି ଲୋକ ଅଡ଼ି ବସିଥିଲେ l ତହସିଲଦାର ସେହି ଜମି କୁ ମାପ କରିବାରୁ ରଇତି ପ୍ଲଟ ଥିବା ଜଣାପଡିଥିଲା l ପରେ ପରେ ନିରାଶ ହୋଇ ଲୋକ ଆମକୁ ତିନି ଦିନ ସମୟ ଦିଅ ଆମେ ହାଇକୋର୍ଟ ରୁ ଷ୍ଟେ ଅଡ଼ର ଆଣିବୁ , ନ ହେଲେ ଭାଙ୍ଗିବ ବୋଲି କହି ଥିଲେ l ଅନ୍ୟ ପଟେ ଗ୍ରାମବାସୀ ସାତଦିନର ସମୟ ଦିଆଯାଉ ବୋଲି ତହସିଲଦାରଙ୍କୁ ସମୟ ମାଗିଛନ୍ତି । ଫଳରେ ଜବରଦଖଲ ଉଛେଦ ପ୍ରକ୍ରିୟା ଅଧାରେ ଅଟକି ରହିଥିବା ଜଣାପଡିଛି।