ବୀରମହାରାଜପୁର କଲେଜରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ରେ ଦୁଇ ଜଣ ଅଣଶିକ୍ଷା କର୍ମଚାରୀ ଅବସର ନେଇଛନ୍ତି l ଅବସର ନେଇଥିବା ପିଅନ କିଶୋର ଚନ୍ଦ୍ର ପଣ୍ଡା ଓ ପାଠାଗାର ସହାୟକ ଅରୁଣ କୁମାର ଦାସ ଙ୍କୁ ସୋମବାର କଲେଜ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l କଲେଜ ର ଅଧ୍ୟକ୍ଷ ସୁଦାମ ଚରଣ ସାହୁ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜ ପରିଚାଳନା ସମିତିର ସଭାପତି ସ୍ଵୟମ୍ଭୁନାଥ ଖଣ୍ଡଗିରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଇଂରାଜୀ ବିଭଗର ମୁଖ୍ୟ ଗୀତାଞ୍ଜଳି ପୂଝାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ଡା. ହିମାଂଶୁ ଶେଖର ପାଢ଼ୀ ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପିକା ହରପ୍ରିୟା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବିଜୟ କୁମାର ପଧାନ ଓ ସଞ୍ଜୟ କୁମାର ପଧାନ ବକ୍ତବ୍ୟ ମାଧ୍ୟମରେ ଉଭୟଙ୍କ କାର୍ଯ୍ୟଶୈଳୀ ର ପ୍ରଶଂସା କରିଥଲେ l ଉଭୟ କର୍ମଚାରୀ ୧୯୯୧ ମସିହାରୁ ଅନୁଷ୍ଠାନ ରେ ଯୋଗ ଦେଇ ୩୨ ବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ l