Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖେଳ ଶିକ୍ଷୟତ୍ରୀ ମନ୍ଦାକିନୀ ପୁରହିତଙ୍କ ଙ୍କ ପରଲୋକ

ଚିପିଲିମା,୦୧/୦୮ଚିପିଲିମା ଜଳବିଦ୍ୟୁତ ପ୍ରକଳ୍ପ ଅବସରପ୍ରାପ୍ତ କର୍ମଚାରୀ ବିଜୟ ପୁରୋହିତଙ୍କ ଧର୍ମପତ୍ନୀ ଗତ ସୋମବାର ରାତ୍ର ପ୍ରାୟ ୯ଘଣ୍ଟା ସମୟରେ ଖେଳ ଶିକ୍ଷୟତ୍ରୀ ମନ୍ଦାକିନୀ ପୁରୋହିତଙ୍କ ୫୭ ବୟସରେ ଚିକିତ୍ସାଧିନ ମୃତ୍ୟୁ ଘଟିଛି।ଏନେଇ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।ପ୍ରାପ୍ତ ସୂଚନା ଅନୁସାରେ ସ୍ବର୍ଗତ ମନ୍ଦାକିନୀ ୧୯୬୬ ମସିହାରେ ବରଗଡ଼ ଜିଲ୍ଲା ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ।ସେ ପିଇଟି ଟ୍ରେନିଂ ସାରି ୧୯୯୨ ରେ ଗୋଶାଳା ନବୋଦୟ ବିଦ୍ୟାଳୟରେ ଖେଳ ଶିକ୍ଷୟତ୍ରୀ ଥିଲେ।ପରେ ବରଗଡ଼ ହିନ୍ଦୀ ବାଳିକା ବିଦ୍ୟାଳୟରେ ଖେଳ ଶିକ୍ଷୟତ୍ରୀ ଭାବରେ ଚାକିରୀ କରୁଥିବାବେଳେ, ତାଙ୍କରି ସ୍ୱାସ୍ଥ୍ୟବସ୍ଥା ବିଗିଡିବା ଆରମ୍ଭ ହୋଇଥିଲା।ଶେଷରେ ସେ ଚିତ୍ସାଧିନ ଅବସ୍ଥାରେ ବରଗଡ଼ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ଦେହାନ୍ତ ଖବର ପ୍ରସାରଣ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।ବରଗଡ଼ ରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଛାତ୍ରଛାତ୍ରୀ ଆସି ଶେଷଦର୍ଶନ କରିଥିବାବେଳେ, ପରେ ଶ୍ୱଶୁର ଘର ବରଗଡ଼ ସଂକ୍ରୀଡ଼ା ଗ୍ରାମକୁ ପାର୍ଥିବ ଶରୀରକୁ ଅଣାଯାଇଥିଲା।ସେଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆସି ଶେଷ ଦର୍ଶନ କରିଥିଲେ।ତାଙ୍କରି ଅନ୍ତିମ ଶଯ୍ୟା ନିକଟରେ ପୁଅ ବିକ୍ରମାଦତ୍ୟ ,ଝିଅ ବିଶ୍ୱାବନ୍ଦିତା, ଶଶୁର,ନଣନ୍ଦ,ଦିଅର ତଥା ସମସ୍ତ ପରିବାରବର୍ଗ ଉପସ୍ଥିତ ଥିଲେ।ଅନ୍ତିମ ସଂସ୍କାର ସମୟରେ ପୁଅ ବିକ୍ରମାଦତ୍ୟ ମୁଖାଗ୍ନି ଦେଇଥିଲେ।ପ୍ରକାଶ ଥାଉକି ମନ୍ଦାକିନୀ ଜଣେ ଶିକ୍ଷିତା, ଧର୍ମପରାୟନା ମହିଳା ଥିବାବେଳେ, ଅତ୍ମୀୟତାର ପ୍ରତୀକ ଥିଲେ।B

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ