କଳାହାଣ୍ଡି,୦୪/୦୮- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ବନାଥପୁର ନିକଟସ୍ଥ VRO ଠାରେ ପ୍ରାଥମିକ ଶିକ୍ଷକ ସଂଘ(AUPTF)ଆନୁକୂଲ୍ୟରେ ସମସ୍ତ ବର୍ଗର ଶିକ୍ଷକଙ୍କୁ ନେଇ ଏକ ଜରୁରୀ କାଳୀନ ବୈଠକ ବରିଷ୍ଠ ଶିକ୍ଷକ ପ୍ରମୋଦ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋବର୍ଦ୍ଧନପୁର ସିଆର୍ ସିସି ତପନ ଭୋଇ ସ୍ଵାଗତ ଭାଷଣ ସହ ବୈଠକର ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ l ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ୩ ଦଫା ଦାବିପତ୍ର ପ୍ରଦାନ କରବା ପାଇଁ ଆସନ୍ତା ୫ ତାରିଖରେ ସମସ୍ତ ବର୍ଗର ଶିକ୍ଷକଙ୍କୁ ନେଇ, ବିଶ୍ୱନାଥପୁର ଡାକ୍ତରଖାନା ନିକଟରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶାନ୍ତିପୂର୍ଣ ୍ଶୋଶୋଭାଯାତ୍ରାରେ ବାହାରିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା ଓ ଏଥିପାଇଁ ବିଶ୍ୱନାଥପୁର ଥାନାଧିକାରୀଙ୍କୁ ଶୋଭାଯାତ୍ରା ଅନୁମତି ପାଇଁ ଆବେଦନ ପତ୍ର ପ୍ରଦାନ ପାଇଁ ନିଷ୍ପତି ନିଆଯାଇଥିଲା l ଏହା ପରେ ରାଜ୍ୟ ସଂଘର ବାର୍ତ୍ତା ଅନୁସାରେ AUPTF ଜିଲ୍ଲା ସଭାନେତ୍ରୀ ଅର୍ଚ୍ଚନା ମିଶ୍ର ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଆଗାମୀ ୧୬ ତାରିଖରେ ହେବାକୁ ଥିବା ଆନ୍ଦୋଳନ ଓ ସାମୁହିକ ଛୁଟି ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଆଗାମୀ ୧୬ ଅଗଷ୍ଟ ପୂର୍ବରୁ ଯଦି ସରକାର ଦାବି ବିଷୟରେ କିଛି ପଦକ୍ଷେପ ନ ନିଅନ୍ତି ତେବେ ୧୬ ଅଗଷ୍ଟରୁ ସମସ୍ତେ ବ୍ଲକ ସ୍ତରରୁ ସାମୁହିକ ଛୁଟି ନେଇ ଆନ୍ଦୋଳନ କରିବାକୁ ନିଷ୍ପତି ନିଆଯାଇଥିଲା । ଆଗାମୀ ଶୋଭାଯାତ୍ରା ତଥା ଆନ୍ଦୋଳନର ପରିଚାଳନା ପାଇଁ ବ୍ଲକ ସ୍ତରୀୟ ସଂଚାଳନ କମିଟି, ଅର୍ଥ କମିଟି, ମିଡ଼ିଆ ମ୍ୟାନେଜମେଣ୍ଟ କମିଟି ଏହିପରି ତିନୋଟି କମିଟି ଗଠନ କରାଯାଇଥିଲା । ଏହି ୩ଟି କମିଟିରେ ସମସ୍ତ ବର୍ଗର ୬ରୁ ୭ ଜଣ କର୍ମକର୍ତ୍ତା ଚୟନ କରାଯାଇଥିଲା ।