Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଶାଳାରେ ଯୁକ୍ତ ଦୁଇ କଲେଜ ଖୋଲିବାକୁ ଜିଲ୍ଲାପାଳଙ୍କଠାରେ ଦାବିପତ୍ର ପ୍ରଦାନ

ଚିପିଲିମା, (ଗୋଶାଳା) ସମ୍ବଲପୁର ଜିଲ୍ଲା କଳାମାଟି ପଞ୍ଚାୟତ ଗୋଶାଳାରେ ଏକ ଯୁକ୍ତ ଦୁଇ କଲେଜ ଖୋଲିବାକୁ କଳାମାଟି ସରପଞ୍ଚ ଡ଼.ସୁଷମା ସାହୁ ଜିଲ୍ଲାପାଳଙ୍କ ଠାରେ ଗତ ଗୁରୁବାର ଦାବି ଜଣାଇଛନ୍ତି।ସରପଞ୍ଚଙ୍କ ଦାବିପତ୍ର ଅନୁଯାଇ ଗୋଶାଳାଛକ ପାଖାପାଖି ଆସୁଥିବା ୮ଟି ପଞ୍ଚାୟତ ତଥା ୫୦ଟି ଗ୍ରାମ ଓ ୧୦ଟି ହାଇସ୍କୁଲ ର କେନ୍ଦ୍ରସ୍ଥଳୀ ଅଟେ।ସମୁଦାୟ ସ୍କୁଲ ଗୁଡିକରୁ ୫୦୦ ରୁ ୭୦୦ ଛାତ୍ରଛାତ୍ରୀ ପ୍ରତିବର୍ଷ ଦଶମ ଶ୍ରେଣୀର ପାସ ହୋଇ ଯୁକ୍ତ ଦୁଇ ପଢିବାପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି।ପାଖରେ ଏକମାତ୍ର କଲେଜ ଗୋଡ଼ଭଗାରେ ଥିବାରୁ ସେଠାରେ ସମସ୍ତେ ପଢିବାକୁ ସମ୍ଭବପର ହୋଇପାରୁନାହିଁ।ବିଶେଷ କରି ଆମ ଅଞ୍ଚଳ ଗ୍ରାମାଞ୍ଚଳ ହୋଇଥିବାରୁ ସମସ୍ତେ ଦୂର ଦୁରାନ୍ତରେ ପିଲାଙ୍କୁ ପାଠ ପଢାଇବା ସମ୍ଭବର ହେଉନଥିବାବେଳେ, ଦଶମ ଶ୍ରେଣୀ ପରେ ପାଠ ପାଠପଢ଼ାରେ ଡୋରି ଲାଗିଯାଉଛି।ଅଞ୍ଚଳର ସମସ୍ୟାକୁ ଦୃଷ୍ଟିରେ ରଖି ଗୋଶାଳା ଥିବା ୫ଟି ସରକାରୀ ବିଦ୍ୟାଳୟର ଭିତ୍ତିଭୂମିର ବିକାଶ କରି ଏଠାରେ ଏକ ଯୁକ୍ତ ଦୁଇ ଖୋଲିବା ଦିଗରେ ବିହିତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଅନନ୍ୟା ଦାସଙ୍କ ପାଖରେ ଦାବିପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ