Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ଅଧକ୍ଷଙ୍କ ଆଶୁ ଆରୋଗ୍ୟ କାମନା କରି ଗୋବରା ଶିବ ମନ୍ଦିରରେ 108 ଦୀପଦାନ ଓ ମହା ମୃତୁଞ୍ଜୟ ମନ୍ତ୍ର ପଠନ,

ବେଲଗୁଣ୍ଠା, 04/08, ଗତ କିଛି ଦିନ ହେବ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଶାରୀରୀକ ଭାବେ ଅସୁସ୍ଥ ଥିବାରୁ ସେ ଭୁବନେଶ୍ୱରର ଏକ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି I ବ୍ଳକ୍ ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ବେଲଗୁଣ୍ଠା ବ୍ଳକ୍ ରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ଧୀମେଇ ଯାଇଚି I ଏଣୁ ସମସ୍ତଙ୍କର ପ୍ରିୟ ବ୍ଳକ୍ ଅଧ୍ୟକ୍ଷଙ୍କ ଆଶୁ ଆରୋଗ୍ଯ କାମନା କରି ଆଜି ଅପରାହ୍ନ 4 ଘଣ୍ଟା 30 ମିନଟ ସମୟରେ ଗୋବରା ମୁଖ୍ୟ ସଡ଼କ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ କପିଳେଶ୍ଵର ମନ୍ଦିରରେ ଗୋବରା ପୂର୍ବତନ ସମିତିସଭ୍ୟ ତଥା 47 ନମ୍ବର୍ ଜୋନ୍ ବିଜେଡ଼ି ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ 108 ଦୀପଦାନ , ମହାମୃତୁଞ୍ଜୟ ମନ୍ତ୍ର ଓ ଗାୟତ୍ରୀ ମନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଆଜିର ଏହି କାର୍ଯ୍ୟକ୍ରମରେ ଗୋବରା ସମିତିସଭ୍ୟ ବିଭୂପାଦ ଜେନା,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅମିତ୍ ନାୟକ, ଅବସରପ୍ରାପ୍ତ କଲେଜ୍ ଅଧ୍ୟକ୍ଷ ସନ୍ତୋଷ କୁମାର ବିଶ୍ୱାଳ, ବଣିକ ସଂଘ ସଭାପତି ଦିଲ୍ଲିପ୍ କୁମାର ରାଜୁ, ନବୀନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭାନେତ୍ରୀ ବସନ୍ତ କୁମାରୀ ବିଶ୍ୱାଳ, ଶାନ୍ତି ମୈତ୍ରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭାନେତ୍ରୀ ସନ୍ତୋଷୀ ମହାରଣା, ପନ୍ଦରରୁ ଊର୍ଦ୍ଧ୍ୱ ମହିଳା ସଦସ୍ୟା, ପୂର୍ବତନ ସମିତିସଭ୍ୟ ରାମେଶ୍ଵର ରାଉତ, ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର,47 ନମ୍ବର୍ ଜୋନ୍ ବିଜେଡ଼ି ଉପସଭାପତି ନାରାୟଣ ଗୌଡ଼,ବରିଷ୍ଟ ବିଜେଡ଼ି ନେତା ବାଉରୀବନ୍ଧୁ ଜେନା,ଯୁଧିଷ୍ଠିର ଗୌଡ଼, ମନୋଜ ଗୌଡ଼, ଯୁବନେତା ସରୋଜ କୁମାର ସ୍ୱାଇଁ, ଶିଶିର ରାଜୁ, ଯୁବନେତା ପ୍ରଣୟ ଦାସ, 48 ଜିଲ୍ଲା ପରିଷଦ ପ୍ରାଥି ପଞ୍ଚାନନ ନାୟକ, ନିଲୁ ପାତ୍ର, ବାବୂନୀ ଶତପଥି, ଆଲୋକ ରାଜୁ, ଚନ୍ଦନ ମଳିକ, ଯୋଗେନ୍ଦ୍ର ସେଠୀ, କାହ୍ନୁ ଗୌଡ଼, ସନ୍ତୋଷ ଗୌଡ଼, ରମେଶ୍ ବିଶ୍ୱାଳ, ୱାର୍ଡ୍ ସଭ୍ୟ ସୁଦର୍ଶନ ସାହୁ, ବରିଷ୍ଠ ନେତା ଦୟା ବିଶ୍ୱାଳ, ନଳିନୀକାନ୍ତ ଶର୍ମା,ଦିପକ୍ କୁମାର ରାଜୁ, ରମେଶ ଗୌଡ଼, ସୀମାଞ୍ଚଳ ସ୍ୱାଇଁ, ବଣିକ ସଂଘ ସହସମ୍ପାଦକ ଅଜୂ ମହାରଣା, କାର୍ତ୍ତିକ ବାରିକ ଏବଂ ଶଙ୍କର ଡାକୁଆଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ, ବୁଦ୍ଧିଜୀବି, ବହୁ ମହିଳା ଯୋଗ ଦେଇ ଶ୍ରୀ ନାୟକଙ୍କ ଶୁଭ ମନାସି ଦୀପଦାନ କରିଥିଲେ I ପ୍ରକାଶ ଥାଉକି ଶ୍ରୀ ନାୟକ 2002 ରୁ 2007 ପର୍ଯ୍ୟନ୍ତ ବେଲଗୁଣ୍ଠା ବ୍ଳକ୍ ର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିବା ବେଳେ ଦ୍ୱିତୀୟଥର ପାଇଁ 2022 ରୁ ବ୍ଲକ୍ ର ଜନ ସାଧାରଣଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ପାଇ ପଂଚାୟତ ସମିତିର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ଆସୁଛନ୍ତି I ଆଜି ପ୍ରଶାନ୍ତଙ୍କ ସମର୍ଥକ ମାନେ ପ୍ରଶାନ୍ତ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଆସି କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ବାବା କପିଳେଶ୍ଵରଙ୍କ ନିକଟରେ ଗୁହାରୀ କରିଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ