Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମଣିପୁରରେ ପୁଣି ତେଜିଲା ହିଂସା, ମେତେଇ ସମୁଦାୟର ୩ ଜଣଙ୍କୁ ହତ୍ୟା, ବଫର ଜୋନରେ ଫାୟରିଂ

ଇମ୍ଫାଲ: ମଣିପୁରରେ ହିଂସା ପୁଣି ଥରେ ଦେଖିବାକୁ ମିଳିଛି। ବିଷ୍ଣୁପୁର ଜିଲ୍ଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା ହିଂସାରେ ତିନି ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୃତକ କ୍ଵାକଟା ଅଞ୍ଚଳର ମେତେଇ ସମୁଦାୟର ଅଟନ୍ତି। ଏହି ଘଟଣାରେ କୁକି ସମୁଦାୟର ଅନେକ ଘର ମଧ୍ୟ ଦୁର୍ବୃତ୍ତମାନେ ଜାଳି ଦେଇଛନ୍ତି। ବିଷ୍ଣୁପୁର ପୋଲିସ ମୈତେଇ ସମୁଦାୟର ତିନି ଜଣଙ୍କ ହତ୍ୟା ଘଟିଥିବା ସୂଚନା ଦେଇଛି। ପୋଲିସ ଅନୁଯାୟୀ, କିଛି ଲୋକ ବଫର ଜୋନ ଅତିକ୍ରମ କରି ମୈତେଇ ଅଞ୍ଚଳକୁ ପଶିଥିଲେ ଏବଂ ଆଖିବୁଜା ଗୁଳିମାଡ଼ କରିଥିଲେ।

ଏହାର ଦୁଇ ଦିନ ପୂର୍ବରୁ ମଧ୍ୟ ମଣିପୁରରେ ହିଂସା ଘଟିଥିଲା। ବିଷ୍ଣୁପୁର ଜିଲ୍ଲାରେ ସଶସ୍ତ୍ର ବଳ ଏବଂ ମେତେଇ ସମୁଦାୟ ମଧ୍ୟରେ ସଂଘର୍ଷରେ ୧୭ ଜଣ ଆହତ ହୋଇଥିଲେ। ଏହି ଘଟଣା ପରେ ଇମ୍ଫାଲରେ କୋହଳ ହୋଇଥିବା କର୍ଫ୍ୟୁକୁ ପୁଣି ଥରେ କଡ଼ା କଡ଼ି କରାଯାଇଛି। କେବଳ ଏତିକି ନୁହେଁ ମଣିପୁର ପୋଲିସ ଜିଲ୍ଲାର କାଙ୍ଗଓ୍ଵଇ ଏବଂ ଫୌଗାକଚାଅ ଅଞ୍ଚଳରେ ପ୍ରଦର୍ଶନକାରୀଙ୍କୁ ଘଉଡ଼ାଇବା ପାଇଁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ସୂଚନାଯୋଗ୍ୟ ପାଖାପାଖି ୩ ମାସ ଧରି ଜାତିଆଣ ହିଂସାରେ ଜଳୁଥିବା ମଣିପୁରରେ ଏ ପର‌୍ୟ୍ୟନ୍ତ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଛି।