Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ସ୍ମାରକ ପତ୍ର

ବେଲଗୁଣ୍ଠା, 05/08,ପ୍ରାଥମିକ ଶିକ୍ଷକ ମାନଙ୍କର ତିନୋଟି ମୁଖ୍ୟ ଦାବି ସହିତ ଅନ୍ୟାନ୍ୟ ଦାବି ଗୁଡ଼ିକର ପୂରଣ ପାଇଁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ ପ୍ରାଥମିକ ଶିକ୍ଷକ ସଂଘ ଏକ ହୋଇ ଆସନ୍ତା ଅଗଷ୍ଟ ଷୋହଳ ତାରିଖରୁ ଆନ୍ଦୋଳନ ଡାକରା ଦେଇଛନ୍ତି I ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି I ଏହି ପ୍ରରିପ୍ରେକ୍ଷୀରେ ଆଜି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ବେଲଗୁଣ୍ଠା ବ୍ଳକ୍ ସଭାପତି ବସନ୍ତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ବାଳକୃଷ୍ଣ ସାବତ,ଜିଲ୍ଳା ଯୁଗ୍ମ ସମ୍ପାଦକ ସମୀର୍ କୁମାର ଜେନା, ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡା, ସମ୍ପାଦକ ମନୋରଞ୍ଜନ ବିଷୋୟୀ, କନିଷ୍ଠ ଶିକ୍ଷକ ସଂଘ ସଭାପତି ଦିଲ୍ଲୀପ୍ କୁମାର ସାହୁ,ବରିଷ୍ଠ ଶିକ୍ଷକ ରବି ପାତ୍ର ପ୍ରମୁଖ ମଞ୍ଚାସୀନ ରହି ଆଗାମୀ ଅନ୍ଦୋଳନକୁ ତୃଣମୂଳ ସ୍ତରରୁ ବ୍ୟାପକ କରିବା ପାଇଁ ଆହ୍ୱାନ ଦେଇଥିଲେ I ସମ୍ପାଦକ ବାଳକୃଷ୍ଣ ସାବତ ଆଗାମୀ ଦିନର ରଣନୀତିର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ I ଭିନ୍ନ ଭିନ୍ନ ସଂଘର ଛତା ତଳେ ନୁହେଁ ଗୋଟିଏ ମାତ୍ର ଛାତ ତଳେ ହିଁ ରହି ଲଢ଼େଇ କଲେ ଆମ ହକ୍ ମିଳିବା ସମ୍ଭବ ବୋଲି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ମୃତ୍ୟୁଞ୍ଜୟ ପଣ୍ଡା ପ୍ରକାଶ କରିଥିଲେ I ଅପରାହ୍ଣରେ ଦୁଇ ଶହରୁ ଉର୍ଦ୍ଧ୍ଵ ଶିକ୍ଷକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର କୁମାର ବେହେରାଙ୍କୁ ସାକ୍ଷାତ କରି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଆଗାମୀ ଆନ୍ଦୋଳନ ସମ୍ପର୍କିତ ସ୍ମାରକପତ୍ର ପତ୍ର ପ୍ରଦାନ କରିଥିଲେ I ସ୍ମାରକପତ୍ରରେ ମୁଖ୍ୟତଃ ଠିକା ନିଯୁକ୍ତି ଉଚ୍ଛେଦ ଓ ଛଅ / ଆଠ ବର୍ଷ ଶିକ୍ଷା ସହାୟକ ସମୟ ଅବଧିକୁ ମୂଳ ଚାକିରିରେ ଗଣନା, ଅବିକଳ କେନ୍ଦ୍ରୀୟ ହାରରେ ଦରମା ଏବଂ ପୁରୁଣା ପେନସନ୍ ଲାଗୁ ସମ୍ପର୍କିତ ଦାବି ଉଲ୍ଲେଖ ରହିଛି I ସମସ୍ତ କାର୍ଯ୍ୟକ୍ରମରେ ସଂଗଠକ ସନ୍ତୋଷ କୁମାର ପଟ୍ଟନାୟକ,ପିଷ୍ଟା ଉପସଭାପତି ଶଲ୍ୟ ସିଅ,ଶିକ୍ଷୟିତ୍ରୀ ଦୀପ୍ତାଂଶୁ ପ୍ରଭା ଦେବୀ ସହଯୋଗ କରିଥିଲେ I ଶିକ୍ଷକ ଛାୟାକାନ୍ତ ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଶିଶିର କୁମାର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ