Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୋକସଭାକୁ କେବେ ଫେରିବେ ରାହୁଲ ଗାନ୍ଧୀ, ଜାଣନ୍ତୁ ସଂସଦର ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ କେସରେ ନିମ୍ନ ଅଦାଲତ ଦ୍ଵାରା ଦୋଷ ସିଦ୍ଧ ଏବଂ ଦୁଇ ବର୍ଷ କାରାଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇବା ପରେ ପ୍ରତ୍ୟେକଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା କାଏମ ହେବ। ଆଉ ସେ କେବେ ସଂସଦକୁ ଫେରିବେ ?

ଏ ସମ୍ପର୍କରେ ଦୁଇ ଅଧିକାରୀ କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର ସୁଦ୍ଧା ସଂସଦକୁ ଫେରି ପାରିବେ। କାରଣ ସୁପ୍ରିମକୋର୍ଟ ଶୁକ୍ରବାର ଅପରାଧିକ ମାନହାନୀ ମାମଲାରେ ତାଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି। ଏଥିରେ ଗୃହରେ ତାଙ୍କ ସଦସ୍ୟତା ଫେରି ପାଇବା ମାର୍ଗ ପ୍ରଶସ୍ତ ହୋଇଛି। ଅଧିକାରୀ କହିଛନ୍ତି, ଲୋକସଭା ସଚିବାଳୟକୁ ପ୍ରଥମେ ଏକ ନୋଟିସ୍ ଜାରି କରିବାକୁ ପଡ଼ିବ ଯେଉଁଥିରେ କୁହାଯିବ ଯେ, ଅଦାଲତଙ୍କ ନିଷ୍ପତ୍ତି ପରେ ରାହୁଲ ଗାନ୍ଧୀଙ୍କ ନିଲମ୍ବନ ହଟାଇ ଦିଆଯାଇଛି।

କୋର୍ଟଙ୍କ ଆଦେଶର ପତ୍ର ମିଳିବା ପରେ ଲୋକସଭା ସଚିବାଳୟ ନିଲମ୍ବନ ରଦ୍ଦ କରିବା ଉପରେ ବିଚାର କରିବ। ଆଦେଶର ଅଧ୍ୟୟନ କରାଯିବ ଏବଂ ପୁଣି ନିର୍ଣ୍ଣୟ ନିଆଯିବ। ଏହାର ସମ୍ଭାବନା ରହିଛି ଯେ, ଲୋକସଭାରେ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ମଙ୍ଗଳବାର ଆରମ୍ଭ ହେଉଥିବା ଦୁଇ ଦିନିଆ ବିତର୍କରେ ଗୋଟିଏ ଦିନ ପୂର୍ବରୁ ରାହୁଲ ଗାନ୍ଧୀ ସଂସଦକୁ ଫେରି ପାରନ୍ତି। ଏହା ପରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ