Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଦସ୍ୟତା ପାଇବା ପରେ ସଂସଦ ପହଞ୍ଚିଲେ ରାହୁଲ ଗାନ୍ଧୀ, ବଦଳିଲା ଟୁଇଟର ପ୍ରୋଫାଇଲ୍

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ସୋମବାର ଦିନ ୧୨ଟାରେ ସଂସଦ ଭବନରେ ପହଞ୍ଚିଛନ୍ତି। ସେଠାରେ ବିରୋଧୀଙ୍କ ମେଣ୍ଟ ଇଣ୍ଡିଆର ନେତା ଅଧୀର ରଞ୍ଜନ ଚୌଧୁରୀ, ପି ଚିଦାମ୍ବରମ, ରାମ ଗୋପାଳ ଯାଦବ, ସଞ୍ଜୟ ରାଉତ, ତିରୁଚି ଶିବା, ପ୍ରମୋଦ ତିଓ୍ଵାରୀ ଓ ଅନ୍ୟ ନେତା ତାଙ୍କର ସ୍ଵାଗତ କରିଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀ ଜିନ୍ଦାବାଦ ନାରା ଲାଗିଥିଲା। କଂଗ୍ରେସ ନେତା ପରସ୍ପରଙ୍କୁ ଲଡୁ ଖୁଆଇଥିବା ଦେଖିବାକୁ ମିଳିଛି।

ରାହୁଲଙ୍କ ସହିତ ତାଙ୍କ ମାଆ ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ରାହୁଲ ସଂସଦ ଭବନରେ ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଯାଇ ମୁଣ୍ଡ ନୁଆଁଇଥିଲେ। ଏହା ପରେ ନିଜ ଦଳର ନେତାଙ୍କ ସହ ଆଲୋଚନା କରି ଲୋକସଭାରେ ପ୍ରବେଶ କରିଥିଲେ।

ସାଂସଦ ପଦ ଫେରି ପାଇବା ପରେ ରାହୁଲ ଗାନ୍ଧୀ ନିଜର ଟୁଇଟର ପ୍ରୋଫାଇଲ୍ ବଦଳାଇ ସାଂସଦ ଲେଖିଛନ୍ତି। ସଦସ୍ୟତା ହରାଇବା ପରେ ସେ ଅଯୋଗ୍ୟ ସାଂସଦ ବୋଲି ଲେଖା ହୋଇଥିଲା। ରାହୁଲଙ୍କ ସଂସଦକୁ ଫେରିବା ଅବସରରେ କଂଗ୍ରେସ ନେତା ସଂସଦ ବାହାରେ ମିଠା ବାଣ୍ଟୁଥିବା ଦେଖିବାକୁ ମିଳିଥିଲା।
ଏହା ପୂର୍ବରୁ ଲୋକସଭା ସଚିବାଳୟ ପକ୍ଷରୁ ସୋମବାର ଏହି ସମ୍ବନ୍ଧରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଲୋକସଭା ମହାସଚିବ ଉତ୍ପଳ କୁମାର ସିଂଙ୍କ ପକ୍ଷରୁ ଜାରି ଅଧିସୂଚନାରେ ଉଲ୍ଲେଖ ରହିଛି ଯେ, ସୁପ୍ରିମକୋର୍ଟଙ୍କ ଆଦେଶ ପରେ ରାହୁଲ ଗାନ୍ଧୀ ନିଜର ସାଂସଦ ପଦ ଫେରି ପାଇଛନ୍ତି।

ରାହୁଲ ଗାନ୍ଧୀଙ୍କୁ ମୋଦୀ ସାଙ୍ଗିଆ ମାନହାନୀ କେସରେ ଦୁଇ ବର୍ଷର କାରାଦଣ୍ଡାଦେଶ ମିଳିଥିଲା। ଯେଉଁ କାରଣରୁ ତାଙ୍କର ଲୋକସଭା ସଦସ୍ୟତା ଚାଲି ଯାଇଥିଲା। ମାତ୍ର ଶୁକ୍ରବାର ସୁପ୍ରିମକୋର୍ଟ ନିମ୍ନ ଅଦାଲତଙ୍କ ରାୟ ଉପରେ ରୋକ୍ ଲଗାଇ ରାହୁଲଙ୍କୁ ବହୁତ ବଡ଼ ଆଶ୍ଵସ୍ତି ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ