Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଣିପୁର ରେ ଆଦିବାସୀ ଙ୍କୁ ଉପରେ ଅତ୍ୟାଚାର ଘଟଣା, ପ୍ରତିବାଦ ରେ କୋକସରା ଠାରେ ଜାତୀୟ ରାଜପଥ ଅବରୋଧ।

କୋକସରା:୦୭/୦୮ ମଣିପୁର ରେ ଆଦିବାସୀ ଙ୍କ ଉପରେ ନିର୍ଯ୍ୟାତନା ଓ ଅତ୍ୟାଚାର ପ୍ରତିବାଦ ରେ ଆଜି କୋକସରା ବ୍ଲକ କୋକସରା ସଦର ମହକୁମା ଠାରେ କଳାହାଣ୍ଡି ରାଷ୍ଟ୍ରୀୟ ଆଦିବାସୀ ପରିଷଦ ଙ୍କ ଆହ୍ୱାନ କ୍ରମେ କୋକସରା ବ୍ଲକ ଆଦିବାସୀ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ରାସ୍ତା ଅବରୋଧ କରାଯାଇଛି। ସକାଳ ୯ ଘଣ୍ଟା ରୁ ଜାତୀୟ ରାଜପଥ ୨୬ କୁ ପୋଲିସ ଥାନା ସମ୍ମୁଖରେ ଆଦିବାସୀ ସଂଘ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା,ଫଳରେ ଜାତୀୟ ରାଜପଥ ୨୬ ରେ ଗାଡି ଚଳାଚଳ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା। ପରିସ୍ଥିତି ଦୃଷ୍ଟି ରୁ ଘଟଣାସ୍ଥଳରେ କୋକସରା ପୋଲିସ ଥାନା ଅଧିକାରିଣୀ ପ୍ରଧାନ ଓ ପୋଲିସ କର୍ମଚାରୀ ଉପସ୍ଥିତ ରହି ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଥିଲେ। ପରେ ଆନ୍ଦୋଳନ ରେ ବସିଥିବା ଆଦିବାସୀ କର୍ମକର୍ତ୍ତା ଙ୍କ ସହ ପୋଲିସ ଓ।ପ୍ରଶାସନିକ ଅଧିକାରୀ ଙ୍କ ବୁଝାସୁଝା ପରେ ଦିନ ୧୧ ଘଣ୍ଟା ସମୟରେ ରାସ୍ତା ଅବରୋଧ ହଟିଥିଲା। ଏହି ପ୍ରତିବାଦ ଓ ବିକ୍ଷୋଭ ରେ କୋକସରା ଆଦିବାସୀ ସଂଘ ର ସଭାପତି ହେମନ୍ତ ମାଝୀ, ସାଧାରଣ ସମ୍ପାଦକ ତ୍ରିନାଥ ଶବର,ଜିଲ୍ଲା ଆଦିବାସୀ ସଂଘ ସଂପାଦକ ଋତୁରାଜ ମାଝୀ, ଜିଲ୍ଲା ଉପ ସଭାପତି ନୀଳକଣ୍ଠ ମାଝୀ, ଉପ ସଭାପତି କ୍ଷୀରସିନ୍ଧୁ ମାଝୀ, ଯୁବନେତା ମନୋରଞ୍ଜନ ବାଣୁଆ, ରୁଦ୍ର ପ୍ରସାଦ ନାଏକ, ବ୍ରଜ କିଶୋର ନାଏକ, ଗଜାନନ ପୁଝାରି, ମୁକ୍ତେଶ୍ଵର ନାଏକ, ଭୁବନେଶ୍ୱର ମାଝୀ, ହିମାଂଚଳ ପୁଝାରି, ରାଜେନ୍ଦ୍ର ନାଏକ, ହେମନ୍ତ ବାଣୁଆ, ଭାସ୍କର ଦଣ୍ଡସେନା ଖେତୁରାମ ମାଝୀ, ମନୋଜ କୁମାର ନାଏକ, କ୍ଷୀରସିନ୍ଧୁ ନେଗି, ଧର୍ମାନନ୍ଦ ନେଗି, ବିଦ୍ୟାଧର ଶବର, ଉପେନ୍ଦ୍ର ଶବର ସମେତ କୋକସରା ବ୍ଲକ ର ୨୨ ଶତାଧିକ ଆଦିବାସୀ ସଂଘ ର ସଦସ୍ୟ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ