Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର 28 ତମ ପ୍ରତିଷ୍ଠା ଦିବସ

ବେଲଗୁଣ୍ଠା, 07/08, ଗାଙ୍ଗପୁର ତଥା ପାଖାପାଖି ଅଞ୍ଚଳର କୋମଳମତି ଶିଶୁଙ୍କୁ ଗୁଣାତ୍ମକ ଘରୋଇ ଶିକ୍ଷା ପ୍ରଦାନ କରିବା ପାଇଁ 28 ବର୍ଷ ତଳେ ଗାଙ୍ଗପୁରରେ ପ୍ରତିଷ୍ଠା ହୋଇଥିଲା ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନ I ଆଜି ଏହି ପ୍ରତିଷ୍ଠାନର 28 ତମ ପ୍ରତିଷ୍ଠାନ ଦିବସ ପାଳିତ ହୋଇଯିବା ସହିତ ଅନୁଷ୍ଠାନ 29 ବର୍ଷରେ ପଦାର୍ପଣ କରିଛି I ଗତ 28 ବର୍ଷ ମଧ୍ୟରେ ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ବହୁ ଛାତ୍ରଛାତ୍ରୀ ଆଇଆଇଟି, ମେଡ଼ିକାଲ, ପୋଲିସ୍,ଶିକ୍ଷକତା,ରାଜସ୍ୱ ବିଭାଗ,ସେନା ବିଭାଗ,ବ୍ୟବସାୟ ଆଦି କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିଛନ୍ତି I ଆଜି ଅନୁଷ୍ଠାନ ସଭାପତି ନୀଳମଣି ବିଷୋୟୀ ପତାକା ଉତ୍ତୋଳନ କରି ପ୍ରତିଷ୍ଠା ଉତ୍ସବକୁ ଉଦ୍ଘାଟନ କରିଥିଲେ I ଆଜିର କାର୍ଯ୍ୟକ୍ରମରେ ଅନୁଷ୍ଠାନ ସମ୍ପାଦକ ସୀମାଞ୍ଚଳ ପୃଷ୍ଟି,ଗାଙ୍ଗପୁର ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଶଙ୍କର୍ଷଣ ବିଷୋୟୀ, ପୂର୍ବତନ ସଭାପତି ନିତ୍ୟାନନ୍ଦ ବିଷୋୟୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସନ୍ତୋଷ କୁମାର ବିଷୋୟୀ, କେଶବ ସ୍ୱାଇଁ, ପଦ୍ମ ଚରଣ ବିଷୋୟୀ, ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ଏହି ଅନୁ୍ଷ୍ଠାନକୁ ରାଜ୍ୟର ଏକ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଭାବେ ଗଢି ତୋଳିବାକୁ ଆଲୋଚନା କରିଥିଲେ I ଏହି ଅବସରରେ ଖୁବ୍ ଅଳ୍ପ ଦିନ ମଧ୍ୟରେ ବିଦ୍ୟାଳୟର କେଜି-01,ପଞ୍ଚମ,ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନୂତନ କୋଠାକୁ ସ୍ଥାନାନ୍ତର କରାଯିବ ବୋଲି ଅନୁଷ୍ଠାନ ସଭାପତି ନୀଳମଣି ବିଷୋୟୀ ପ୍ରକାଶ କରିଥିଲେ I ଅନୁଷ୍ଠାନ ସମ୍ପାଦକ ସୀମାଞ୍ଚଳ ପୃଷ୍ଟି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମରେ ଅନୁଷ୍ଠାନ ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀ, ଶିକ୍ଷକ ଗଣେଶ ସାହୁ, ମିଥୁନ୍ ନାୟକ, ପବିତ୍ର ମୋହନ୍ ବିଷୋୟୀ,ବିଶ୍ୱ ରଞ୍ଜନ ସେଠୀ,ଦେବାଶିଷ ବିଷୋୟୀ,ପ୍ରତିମା ବିଷୋୟୀ,ରିନା ସାହୁ,ସନ୍ତୋଷୀ ଗୌଡ,ମିତାଲି ବିଷୋୟୀ,ବୈଶାଳୀ ବେହେରା,ସୁଗ୍ଯାନି ପଟ୍ଟନାୟକ,ସନ୍ତୋଷିନୀ ଗୌଡ,ତେଜକୁମାରୀ ବେହେରା,ଝାନସୀ ବିଷୋୟୀ,ଆରତୀ ସ୍ୱାଇଁ,ସୁଜତା ସାହୁ ସହଯୋଗ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ