ସାମୁହିକ ଔଷଧ ସେବନ ସଚେତନତା,


ବେଲଗୁଣ୍ଠା, 07/08,କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେଡ ରିବନ କ୍ଲବ ଏବଂ ଯୁବ ରେଡ଼କ୍ରସ ମିଳିତ ଭାବେ ଅଯୋଜିତ କାର୍ଯ୍ୟକ୍ରମରେ ସାମୁହିକ ଔଷଧ ସେବନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି |ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋବରା ଗୋଷ୍ଠି ସ୍ଵାସ୍ତ୍ୟ କେନ୍ଦ୍ରର ଅଧ୍ୟକ୍ଷ ଡ଼ ବାଲିଙ୍କେଶ୍ୱର ଷଡ଼ଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସଂକ୍ରମିତ ଏବଂ ଅଣ ସଂକ୍ରମିତ ରୋଗ ବାହକ ମାନଙ୍କ ଉପରେ କହିଥିଲେ |ସମ୍ମାନିତ ଅତିଥି ରୂପେ ଅବସର ପ୍ରାପ୍ତ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ, ସ୍ୱାସ୍ଥ୍ୟ ପରିଦକ୍ଷ ସୁବ୍ରମଣ୍ୟମ କର, ମହିଳା ସ୍ୱାସ୍ଥ୍ୟ କର୍ମି ମମତା ଶତପଥୀ ଯୋଗ ଦେଇ ସାମୁହିକ ଔଷଧ ସେବନ ପ୍ରକ୍ରିୟାର
ସେବନ ଵିଧି ସମ୍ପର୍କରେ କହିଥିଲେ |କଲେଜ ପ୍ରଶାସନିକ ଅଧିକାରୀ କୁମୁଦ ଚନ୍ଦ୍ର ମହାପାତ୍ର ସ୍ୱାଗତ କରିଥିଲେ ଏବଂ ଯୁବ ରେଡକ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ଧନ୍ୟବାଦ ଦେଇଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ସଞ୍ଜୟ ସାହୁ, ପି ଦୀପକ ରାଓ, ରୁପାଲୀ ବିଶୋଇ, ସନ୍ତୋଷୀ ପରିଡା, ଗଙ୍ଗାଧର ରଣା, ଦେଵେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ |