ସିଣ୍ଢୋଲ କଲେଜ ରେ ଫାଇଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲ ଆଞ୍ଚଳିକ ମହାବିଦ୍ୟାଳୟ ରେ ଆଜି ଛାତ୍ରଛାତ୍ରୀ ଙ୍କୁ ନେଇ ଉଲୁଣ୍ଡା ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ ଫାଇଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ଯକ୍ଷ ଶିରିଶ କୁମାର ଦାସ ସ୍ବାସ୍ଥ୍ଯ କର୍ମୀ ମିନିମିତ୍ରା ମିଶ୍ର ଏବଂ କମ୍ଯୁନିଟି ସ୍ବାସ୍ଥ୍ଯ ଅଧିକାରୀ ପ୍ରୀୟଙ୍କା ଭୋଇ ଉପସ୍ଥିତ ରହିଥିବା ବେଳେ କଲେଜ ର ବହୁ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ l