Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁହାଳରେ ନିଆଲାଗି ଆଠ ଛେଳି ଜୀବନ୍ତ ଦଗ୍ଧ , ସାତ ଗୁରୁତର,

ବେଲଗୁଣ୍ଠା,07/08,ବେଲଗୁଣ୍ଠା ବ୍ଳକ ଅଧିନସ୍ଥ ମଙ୍ଗଳପୁର ଗ୍ରାମ ପଂଚାୟତ ଜିଲିବା ଗ୍ରାମର ଧୋବା ନାଇକଙ୍କ ଛେଳି ଗୁହାଳରେ ଗତ କାଲି ବିଳମ୍ବିତ ରାତିରେ ନିଆଁ ଲାଗି ଯିବା ଯୋଗୁଁ ସାତଟି ଛେଳି ଏବଂ ଗୋଟିଏ ବୋଦା ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ଆଉ ସାତଟି ଛେଳି ପୋଡ଼ିଯାଇ ଗୁରୁତର ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଏଲାଇ ଟୁନା ଗୌଡ଼,ଆଡିସନାଲ୍ ପଶୁ ଚିକିତ୍ସକ ଡାକ୍ତର ରାକେଶ କୁମାର ପତି ଘଟଣା ସ୍ଥଳରେ ପହଞ୍ଚି ଆହତ ଛେଳି ଗୁଡ଼ିକୁ ଚିକିତ୍ସା କରିବା ସହିତ ମୃତ ଛେଳି ଗୁଡିକର ଶବ ବ୍ୟବଚ୍ଛେଦ କରିଥିଲେ। ଛେଳି ମାଲିକ ଧୋବା ନାଇକ ଅତ୍ୟନ୍ତ ଗରିବ ଶ୍ରେଣୀର ହେଇଥିବା ହେତୁ ଘଟଣାର ତୁରନ୍ତ ତଦନ୍ତ କରି ଧୋବାଙ୍କୁ କ୍ଷତିପୂରଣ ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ