Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୃହରେ ଚିତ୍କାର କଲେ ଟିଏମସି ସାଂସଦ ଡେରେକ ଓ ବ୍ରାଏନ, ରାଜ୍ୟସଭାରୁ ହେଲେ ସସପେଣ୍ଡ

ନୂଆଦିଲ୍ଲୀ: ରାଜ୍ୟସଭାରେ ମଣିପୁର ଚର୍ଚ୍ଚାକୁ ନେଇ ହୋ ହାଲ୍ଲା ଓ ହଟ୍ଟଗୋଳ ଜାରି ରହିଛି। ଏହି ସମୟରେ ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ ବ୍ରାଏନ ଛିଡ଼ା ହୋଇ କହିବାକୁ ଲାଗିଲେ ଯେ, ମଣିପୁର ଉପରେ ଆଲୋଚନା ହେବା ଉଚିତ୍। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ତାଙ୍କୁ ଶାନ୍ତ ରହିବାକୁ କହିଥିଲେ। ହେଲେ ଓ ବ୍ରାଏନ ନ ମାନିବାରୁ ଧନଖଡ଼ ଅସନ୍ତୁଷ୍ଟ ହେବା ସହ ତାଗିଦ କରିଥିଲେ। ଏହି ସମୟରେ ପୀୟୂଷ ଗୋଏଲ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ଏବଂ ତାଙ୍କୁ ରାଜ୍ୟସଭାରୁ ନିଲମ୍ବନ କରି ଦିଆଗଲା। ପୁଣି ସଙ୍ଗେ ସଙ୍ଗେ ଗୃହକୁ ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଗଲା।

ଉଲ୍ଲେଖନୀୟ ଆମ୍ ଆଦାମୀ ପାର୍ଟିର ସାଂସଦ ସଞ୍ଜୟ ସିଂଙ୍କୁ ମଧ୍ୟ ହଙ୍ଗାମା କାରଣରୁ ପୂରା ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି। ଡେରେକ ଓ ବ୍ରାଏନ ଅଧ୍ୟକ୍ଷଙ୍କ ଆଡ଼କୁ ଚିତ୍କାର କରି ପଏଣ୍ଟ ଅଫ ଅର୍ଡର ଦେଇଥିଲେ। ଏହା ପରେ ଅଧ୍ୟକ୍ଷ ଧନଖଡ଼ ଆପଣଙ୍କ ପଏଣ୍ଟ ଅଫ ଅର୍ଡର କଣ ବୋଲି ପ୍ରଶ୍ନ କରିଥିଲେ ? ଡେରେକ ଓ ବ୍ରାଏନ ଜୋରରେ ଚିତ୍କାର କରି କହିଥିଲେ ଯେ, ଆମକୁ ମଣିପୁର ଉପରେ ଆଲୋଚନା କରାଯିବାର ଆବଶ୍ୟକତା ରହିଛି। ଏହା ପରେ ଅଧ୍ୟକ୍ଷ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ।

ପୀୟୂଷ ଗୋଏଲ ନିଲମ୍ବନ ପ୍ରସ୍ତାବ ପଢି କହିଥିଲେ ଯେ, ଲଗାତାର ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ଅଧ୍ୟକ୍ଷଙ୍କ ଅବମାନନା କରୁଥିବା ଡେରେକ ଓ ବ୍ରାଏନଙ୍କୁ ଗୃହରୁ ନିଲମ୍ବିତ କରିବା ପାଇଁ ପ୍ରସ୍ତାବ ରଖୁଛି। ଏହା ପରେ ରାଜ୍ୟସଭା ଅଧ୍ୟକ୍ଷ ତୁରନ୍ତ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ। ଡେରେକ ଓ ବ୍ରାଏନଙ୍କୁ ଅବଶିଷ୍ଟ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି। ସୂଚନାଯୋଗ୍ୟ, ଏହା ମୌସୁମୀ ଅଧିବେଶନର ଶେଷ ସପ୍ତାହ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ