Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୦୦ ଟଙ୍କିଆ ନୋଟ୍ ବଦଳି କରିବାକୁ ନେଇ ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ ା

ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ସହରରେ ଗତ ଜୁଲାଇ ୩୦ ତାରିଖରେ ୨୦୦୦ ଟଙ୍କିଆ ନୋଟ୍ ବଦଳି କରିବାକୁ ନେଇ ୨୦ ଲକ୍ଷ ଟଙ୍କା ଠକେଇ ମାମଲାରେ ଆଜି ଦୁଇ ଅଭିଯୁକ୍ତକୁ ଗିରଫ କଲା ସୋନପୁର ପୋଲିସ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ। ତିନି ଦିନ ଆଗରୁ ତିନି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ସୋନପୁର ପୋଲିସ । ତାଙ୍କ ଠାରୁ ୧୨ ଲକ୍ଷ ୮୮ ହଜାର ଟଙ୍କା ନଗଦ,୨ ଟି ମୋବାଇଲ ଓ ଏକ ସ୍କର୍ପିଓ ଗାଡ଼ି ଜବତ କରିଛି ପୋଲିସ । ସୂଚନା ଅନୁସାରେ ଗତ ଜୁଲାଇ ୩୦ ତାରିଖରେ ୨୦୦୦ ଟଙ୍କିଆ ନୋଟ୍ ବଦଳି ପାଇଁ ସୋନପୁର ର ରାଜେଶ ମେହେର ୧୨ ଲକ୍ଷ ଓ ଭୁବନେଶ୍ବର ର ମନୋଜ ବ୍ରହ୍ମା ୮ ଲକ୍ଷ ଟଙ୍କା ଅଭିଯୁକ୍ତମାନଙ୍କୁ ଦେଇଥିଲେ । ଏବାବଦରେ ଅଭିଯୁକ୍ତମାନେ ୨୫ ପ୍ରତିଶତ ଟଙ୍କା କମିଶନ ନେବାକୁ ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ହୋଇଥିଲା । ତେବେ ସେଦିନ ଟଙ୍କା ନେଇ ଅଭିଯୁକ୍ତମାନେ ଫେରାର ମାରିଥିବାବେଳେ ତାଙ୍କୁ ଯୋଗ ଯୋଗ ହୋଇ ନଥିଲା । ଫଳରେ ଉଭୟେ ଗତ ଜୁଲାଇ ୩୦ ତାରିଖ ଦିନ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ସୋନପୁର ପୋଲିସ କେସ ନଂ ୧୮୧/୨୦୨୩ ରେ ଏକ ମାମଲା ରୁଜୁ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ବାବଧାନରେ ତଦନ୍ତ ଚାଲିଥିଲା । ଏହି ଘଟଣାରେ ଗତ ୨ ତାରିଖରେ ତିନି ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଆଜି ଆଉ ଦୁଇ ଅଭିଯୁକ୍ତକୁ ଗିରଫ କରିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସୋନପୁର ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ