Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅଟୋ ରିକ୍ସା ରେ 4 ଓଡ଼ିଆ ଶ୍ରମିକ ଯାଉଥିବା ବେଳେ ଅଟୋ ଦୁର୍ଘଟଣା ଗ୍ରସ୍ତ 3 ମୃତ, ଜଣେ ଗୁରୁତର,

ବେଲଗୁଣ୍ଠା,08/08, ସମବାର ଦିନ ଗୁଜୁରାଟ ସୁରଟ ରେ କୌଣସି କାମରେ ଏକ ଅଟୋ ରିକ୍ସା ନେଇ ଯାଉଥିବା 4 ଜଣ ଓଡ଼ିଆ ଶ୍ରମିକଙ୍କ ଅମ୍ରୋଲି ଅନଜନୀ ଇଣ୍ଡଷ୍ଟ୍ରି ନିକଟରେ ଅଟୋରିକ୍ସା ଓଲଟି ପଡ଼ିଥିବା ବେଳେ ଚାରିଜଣ ସାଙ୍ଗଙ୍କ ମଧ୍ୟରୁ ଘଟଣା ସ୍ଥଳରେ ଜଣେ ମୃତୁ ବରଣ କରିଥିବା ବେଳେ 3 ଗୁରୁରର ଆହତ ହୋଇଥିଲେ । ସ୍ମିମେର ହସ୍ପିଟାଲରେ ଚିକିତ୍ସା ସମୟରେ ଅନ୍ୟ ଦୁଇ ସାଙ୍ଗଙ୍କର ମୃତ୍ୟୁ ହୋଇଥିଲା। ଜଣେ ଗୁରୁତର ଆହତ ହୋଇ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ମୃତୁ ସଂଖ୍ୟା 3 ରେ ପହଁଚିଛି ।
କୋସାଡ଼ ଆୱାସର ବାସିନ୍ଦା ମିଥୁନ ବିଜୟଭାଇ ଡାକୁଆ ଏକ ଅଟୋରିକ୍ସା ନେଇ ଅଞ୍ଜାନୀ ଇଣ୍ଡଷ୍ଟ୍ରିରେ ସମବାର ଦିନ ବନ୍ଧୁ ଅକ୍ଷୟ ସ୍ୱାଇଁ , ଶରତଚନ୍ଦ୍ର ନାୟକ ଏବଂ ଦୀନେଶ ବେହେରାଙ୍କ ସହ ଭେଟିବାକୁ ଅଞ୍ଜନୀ ଯାଇ ସେଠାରୁ ସେ ଏକ ଅଟୋରିକ୍ସା ନେଇ କୋସାଦ ବାସଭବନକୁ ଫେରୁଥିଲେ। ଜିଆ ଫାର୍ମ ନିକଟରେ ଅଟୋରିକ୍ସା ଚଳାଉଥିବା ଅକ୍ଷୟ ସ୍ୱାଇ ଷ୍ଟିଅରିଂ ଉପରେ ନିୟନ୍ତ୍ରଣ ହରାଇ ଅଟୋରିକ୍ସା ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ରିକ୍ସା ରେ ବସି ଥିବା ମିଥୁନ ଡାକୁଆଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ଅକ୍ଷୟ, ଶରତଚନ୍ଦ୍ର ଏବଂ ଦୀନେଶଙ୍କୁ ଚିକିତ୍ସା ପାଇଁ ସ୍ମିମେର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଯେଉଁଠାରେ ଅକ୍ଷୟ ଏବଂ ଶରଦଚନ୍ଦ୍ରଙ୍କର ଚିକିଛା ସମୟରେ ମୃତ୍ୟୁ ହୋଇଥିଲା। ମୃତକ ମାନେ ସମସ୍ତେ ଗଂଜାମ ଜିଲ୍ଲାର ବୋଲି ଜଣାପଡିଛି ।