Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବେଲଗୁଣ୍ଠାରେ ଦୁଇ ପଯ୍ୟୟ ସାମର୍ଥ ତାଲିମ ଶିବିର

ବେଲଗୁଣ୍ଠା,10/08,ସମଗ୍ର ଶିକ୍ଷା ଅଭିଯାନ, ଗଞ୍ଜାମ, ଛତ୍ରପୁର ଆନୁକୂଲ୍ୟରେ ବେଲଗୁଣ୍ଠା ଗୋଷ୍ଠୀ ଦିବ୍ୟାଙ୍ଗ ସାଧନ କେନ୍ଦ୍ର ପରିସରରେ ଦୁଇଟି ପର୍ଯ୍ୟାୟରେ ସାମର୍ଥ୍ୟ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ଚନ୍ଦ୍ରକାନ୍ତି ସୁନ୍ଦରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ତାଲିମ୍ ଶିବିରର ପ୍ରଥମ ପର୍ଯ୍ୟାୟ ଚଳିତ ଅଗଷ୍ଟ ଚାରି ତାରିଖରୁ ଅଗଷ୍ଟ ସାତ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ତାଲିମ୍ ଶିବିର ଅଗଷ୍ଟ ତାରିଖରୁ ଅଗଷ୍ଟ ଦଶ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି I ତାଲିମ୍ ଶିବିରରେ ସମ୍ବଳ ପ୍ରଶିକ୍ଷିକା ରେଣୁପ୍ରଭା ଦାଶ,ଉର୍ମିଳା ପାଳ ଏବଂ ସମ୍ବଳ ପ୍ରଶିକ୍ଷକ ନରେଶ ବ୍ରହ୍ମା ଦୁଇଟି ପର୍ଯ୍ୟାୟରେ ବ୍ଳକ୍ ର ଶହେ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦିବ୍ୟାଙ୍ଗର ପ୍ରକାର ଭେଦ ସହିତ ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ନାମଲେଖା,ଉପସ୍ଥାନ ଏବଂ ସେମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇଦେବା ଉପରେ ତାଲିମ୍ ପ୍ରଦାନ କରିଥିଲେ I ଶିବିରକୁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା, ଏବିଇଓ ଗୋବିନ୍ଦ ଚନ୍ଦ୍ର ପାଢୀ, ପ୍ରତିଭା ରଥ, ଭାଗ୍ୟଲତା ପ୍ରଧାନ ପ୍ରମୁଖ ପରିଦର୍ଶନ କରି ତାଲିମ୍ ର ବିଷୟ ବସ୍ତୁକୁ ବିଦ୍ୟାଳୟରେ କାର୍ଯ୍ୟକାରୀ କରିବା ସହିତ ବିଭିନ୍ନ କ୍ଷେତ୍ରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ପରାମର୍ଶ ଦେଇଥିଲେ I