Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଞ୍ଜାମ ବିଜେପି ପକ୍ଷରୁ ସାଙ୍ଗଠନିକ ବୈଠକ

ଗୋପାଳପୁର ,୧୧/୦୮ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସଭାପତିତ୍ବରେ ଗୋଳନ୍ଥରା ସ୍ଥିତ ବନ୍ଦେ ମାତରଂ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେପି ପକ୍ଷରୁ ଆସନ୍ତା ଦୁଇ ମାସର କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଥିଲା । ବିଜେଡ଼ିର ଦୁର୍ନୀତି,ଭ୍ରଷ୍ଟାଚାର,ଅଫିସର୍ ରାଜ ଓ ତୁଷ୍ଟିକରଣ ଶାସନ ବିରୁଦ୍ଧରେ “ଭ୍ରଷ୍ଟାଚାରୀ ବିଜେଡ଼ି ସରକାର – ଓଡ଼ିଶା ଛାଡ” ନାରା ଦେଇ ବିଜେପି ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ୍,ଏନଏସି, ମୁନସିପାଲଟି ଏବଂ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ଆଗରେ ଜନ ଆନ୍ଦୋଳନ ସହ “ବିକ୍ଷୋଭ” ପ୍ରଦର୍ଶନ କରିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିସହ ବ୍ଲକ୍,ଏନଏସି, ମୁନସିପାଲଟି ହେଉ କିମ୍ବା ବ୍ରହ୍ମପୁର ମହାନଗର ନିଗମ ଏଠାରେ ଯେଉଁଭଳି ବିଭାଗୀୟ ଯନ୍ତ୍ରୀ ମାନଙ୍କ ଦୋରାତ୍ମ୍ୟ ବୃଦ୍ଧି ପାଇଛି, ଘର ପଛପଟେ ବଡ଼ ନାଳ ଥିବା ସତ୍ତ୍ବେ ସାହି ବାସିନ୍ଦାଙ୍କ ବିନା ଅନୁମତିରେ ଯନ୍ତ୍ରୀ ମାନେ କାହିଁକି ଏବଂ କେଉଁ ସ୍ୱାର୍ଥରେ ଜୋର ଜବରଦସ୍ତ ଘରର ଆଗପଟେ ନାଳ କାମ କରିବାକୁ ଚାହୁଁଛନ୍ତି, ଜଙ୍ଗଲ ଓ ପରିବେଶ ବିଭାଗର ଅନୁମତି ନନେଇ ବେଆଇନ ଭାବେ ନାଳ, ରାସ୍ତା କାମ କରିବା ବାହାନାରେ ମନ ଇଚ୍ଛା ଦୀର୍ଘ ବର୍ଷର ବହୁ ପୁରାତନ ବଡ଼ ବଡ଼ ଗଛ ଗୁଡ଼ିକୁ କାଟି ଦିଆଯାଇଛି,ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର କରାଯିବା ପରିବର୍ତ୍ତେ ନାଳ ମଝିରେ ବିଦ୍ୟୁତ ଖୁଣ୍ଟ ଥାଇ ନାଳ ତିଆରି କରାଯାଉଛି,ପିସି କାରବାରରେ ଲିପ୍ତ ରହି ବିଭାଗୀୟ ଯନ୍ତ୍ରୀ ନାଳ କାମକୁ ବଙ୍କେଇ ଦେଇ ନିୟମର ଖୋଲା ଖୋଲି ଉଲଘଂନ କରିଛନ୍ତି, ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାର ପିସି ପାଇଁ ଏତେ ବ୍ୟଗ୍ର ଯେ ସାହିର ଗୋଟିଏ ପାର୍ଶ୍ୱରେ ନାଳ କାମ ନସରୁଣୁ ଅନ୍ୟ ପାର୍ଶ୍ବରେ ସାହି ବାସିନ୍ଦାଙ୍କ ବିନା ଅନୁମତିରେ ଜୋର୍ ଜବରଦସ୍ତ ନାଳ କାମ ପାଇଁ ଖୋଳି ଦେଉଛନ୍ତି । ଏଥିପାଇଁ ପିସି କାରବାରରେ ଲିପ୍ତ ଥିବା ଏହି ଦୁର୍ନୀତି ଓ ଭ୍ରଷ୍ଟାଚାର ଯନ୍ତ୍ରୀ (ଅଫିସର୍) ମାନଙ୍କ ବିରୁଦ୍ଧରେ ଆରଟିଆଇ ଦ୍ଵାରା କାର୍ଯ୍ୟର ସବିଶେଷ ବିବରଣୀ ମଗାଯିବ ବୋଲି ଆଜିର ବୈଠକରେ ସ୍ଥିର କରାଯାଇଛି । ଏହାସହ ଏହି ବେନିୟମ ଓ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଦୁର୍ନୀତିଗ୍ରସ୍ତ ଅଫିସର୍ ମାନଙ୍କ ବିରୁଦ୍ଧରେ ଭିଜିଲାନ୍ସ ବିଭାଗରେ ମଧ୍ୟ କେସ୍ ରୁଜୁ କରିବା ପାଇଁ ଆଜିର ଏହି ବୈଠକରେ ଗଞ୍ଜାମ ଜିଲ୍ଲାର ସମସ୍ତ ବରିଷ୍ଠ ନେତା ନିଷ୍ପତ୍ତି ନେଇଛନ୍ତି । ଲୋକଙ୍କ ସ୍ୱାର୍ଥ ପାଇଁ ବିଜେପି ଲଢ଼େଇ କରୁଛି ଏବଂ ଲଢ଼େଇ ଜାରି ରଖିବ ଏହା ସହ ଆଗାମୀ ଦିନରେ ରାଜ୍ୟରେ ଚାଲିଥିବା ଦୁର୍ନୀତି,ଭ୍ରଷ୍ଟାଚାର ବିଜେଡ଼ି ସରକାର ବିରୁଦ୍ଧରେ ଲଢ଼େଇ ଆହୁରି ଜୋରଦାର କରିବ ‌ବୋଲି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା କହିଛନ୍ତି । ଗତ ନଅ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନା ଗୁଡ଼ିକର ସଫଳତା ଏବଂ ଉପଲବ୍ଧିକୁ ଘରେ ଘରେ ପହଞ୍ଚାଇବାକୁ ଜିଲ୍ଲା ସଭାପତି ଶ୍ରୀ ଜେନା ଆହ୍ୱାନ କରିଛନ୍ତି । ସ୍ୱାଧୀନତାର ଅମୃତ ମହୋତ୍ସବ ୧୨ ମାର୍ଚ୍ଚ ୨୦୨୧ ରେ ଆରମ୍ଭ ହୋଇଥିଲା । ଏହା ୨୦୨୩ ଅଗଷ୍ଟରେ “ମୋ ମାଟି ମୋ ଦେଶ” ଅଭିଯାନ ସହିତ ସମାପ୍ତ ହେବ । ଏଥିପାଇଁ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସ୍ୱାଧୀନତା ସଂଗ୍ରାମୀ,ସେନାର ଜବାନ,କେନ୍ଦ୍ରୀୟ ପୋଲିସ ଫୋର୍ସ ଏବଂ ରାଜ୍ୟ ପୋଲିସ ଫୋର୍ସ କର୍ମଚାରୀ, ଯେଉଁମାନେ ସହୀଦ ହେଇଛନ୍ତି କିମ୍ବା ଇହଧାମ ତ୍ୟାଗ କରିଛନ୍ତି ସେମାନଙ୍କ ନାମ ଫଳକ ଗାଁରେ ଲଗାଇବା,ସେମାନଙ୍କ ପରିବାରକୁ ସମ୍ମାନିତ କରିବା,ବସୁଧା ବନ୍ଦନ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରତ୍ୟେକ ଗ୍ରାମ ହେଉ କି ୱାର୍ଡ଼ ୭୫ ଟି ଗଛ ଲଗାଇ ଏକ “ଅମୃତ ବାଟିକା” ତିଆରି କରିବା, “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ୧୩,୧୪ ଏବଂ ୧୫ ଅଗଷ୍ଟରେ ସମସ୍ତେ ଏହି ଅଭିଯାନରେ ସାମିଲ ହୋଇ ଘରେ ଘରେ ତ୍ରିରଙ୍ଗା ଲଗାଇବା, ୧୪ ଅଗଷ୍ଟରେ “ବିଭାଜନର ବିଭୀଷିକା” ପାଳନ କରାଯିବ, ୧୬ ଅଗଷ୍ଟରେ ପ୍ରତ୍ୟେକ ଗ୍ରାମରୁ ସଂଗୃହିତ ମାଟି ବ୍ଲକ୍ ସ୍ତରକୁ ଅଣାଯିବ । ଏହି ମାଟିକୁ ଅମୃତ କଳସ ମଧ୍ୟରେ ରଖାଯାଇ ଦିଲ୍ଲୀର କର୍ତ୍ତବ୍ୟ ପଥରେ ସ୍ୱାଧୀନତା ସଂଗ୍ରାମୀ, ସହିଦ ଜବାନ, ସହିଦ ପୋଲିସ କର୍ମଚାରୀ ମାନଙ୍କ ସ୍ମୃତିରେ ଏକ “ଅମୃତ ବନ” ତିଆରି କରାଯିବା ଭଳି ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ଲୋକସଭା ସଂଯୋଜକ ସରୋଜ ସାବତ,ପ୍ରଶାନ୍ତ କର,ଦିଗପହଣ୍ଡି ବରିଷ୍ଠ ନେତା ମହନ୍ତ ଚିନ୍ମୟାନନ୍ଦ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି,ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ, ଡ଼ା.ସୁବାଷ ସାହୁ,ମନୋଜ ପଟ୍ଟନାୟକ, ବିନୋଦ ମିଶ୍ର,ରାମ କୁମାର ପାତ୍ର, ରଶ୍ମିରେଖା ମହାପାତ୍ର,ୱାଇ.ମହୋନ ରାଓ,ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ ସତପଥି,ସୁଶିଳା ମଲ୍ଲିକ,ଲକ୍ଷ୍ମୀ ଚରଣ ପଣ୍ଡା,ସୂର୍ଯ୍ୟମଣି ପାତ୍ର,ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ରାଜେଶ କୁମାର ସାହୁ, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସମ୍ପାଦକ କୃଷ୍ଣ ନାୟକ,ବ୍ରହ୍ମପୁର ମହାନଗର ପ୍ରଭାରୀ ରାମ ପ୍ରସାଦ ସାମଲ,ସନତ ନାୟକ,ଚଣ୍ଡୀ ଚରଣ ସାହୁ,ବସନ୍ତ ବେହେରା,ମଣ୍ଡଳ ସଭାପତି ତଥା କର୍ପୋରେଟର ଡ଼ି.କରୁଣାକର,ଗୋପିନାଥ ପଣ୍ଡା, କେ.ଟୁଙ୍ଗୁରୁ ପାତ୍ର,ଭାବଗ୍ରାହୀ ପାଳ, ସରୋଜ ପାତ୍ର,ଅଭିମନ୍ୟୁ ସାହୁ,ପ୍ରଦୀପ ପଟ୍ଟନାୟକ,ବ୍ରଜମୋହନ ନାୟକ,ପ୍ରଶାନ୍ତ ପୁଜାରୀ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ସାଧାରଣ ସମ୍ପାଦକ ତୁତୁନ୍ ପାତ୍ର,ସୋମନାଥ ପାତ୍ରଙ୍କ ସମେତ ଜିଲ୍ଲାର ସମସ୍ତ ପଦାଧିକାରୀ,ଜିଲ୍ଲା ମୋର୍ଚ୍ଚା ସଭାପତି,ଜିଲ୍ଲା ସେଲ୍ ସଂଯୋଜକ, ବିଧାନସଭା ପ୍ରଭାରୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲାର ବରିଷ୍ଠ ନେତା କାମନା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories