Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଶାଳା ନବୋଦୟ ରେ ୮୦ ଛାତ୍ରଛାତ୍ରୀ ଅସୁସ୍ଥ, ଡ଼ାକ୍ତରୀଦଳର ସ୍ଥିତି ଅନୁଧ୍ୟାନ, ପିଇବା ପାଣିର ନମୁନା ପରୀକ୍ଷା ପାଇଁ ଗଲା

ଚିପିଲିମା,ସମ୍ବଲପୁର ଗୋଶାଳା ସ୍ଥିତ ନବୋଦୟ ବିଦ୍ୟାଳୟରେ ଗତକାଲି ଶୁକ୍ରବାର ଭୋରରୁ ପ୍ରାୟ ୮୦ଜଣ ଛାତ୍ରଛାତ୍ରୀ ହଠାତ ଅସୁସ୍ଥ ହୋଇଥିବାବେଳେ, କେତେକ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିଲେ।ନବୋଦୟ ଅଧ୍ୟକ୍ଷ ସୁଧାଂଶୁ କୁମାର ଦାସ ସାଙ୍ଗେ ସାଙ୍ଗେ ସିଡିଏମଓ ଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ।ପରେ ସିଡିଏମଓ ଙ୍କ ନିର୍ଦ୍ଧେଶରେ ଏକ ୭ଜଣିଆ ଡାକ୍ତରୀ ଦଳ ଆସି ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକୀୟ ଔଷଧ ଦେଇ ଚିକିତ୍ସା କରିଥିଲେ।ଆଜିମଧ୍ୟ ଡ଼ାକ୍ତରୀଦଲ ଆସି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି।ଏପରି ଏକ ଘଟଣା ସମ୍ପର୍କରେ ନବୋଦୟ ଅଧ୍ୟକ୍ଷ ସୁଧାଂଶୁ ଦାସଙ୍କୁ ପଚାରାଯିବାରୁ ଘଟଣା ଟି ସତ ହେଲେ ପ୍ରାୟ୭୦ଜଣ ସମ୍ପୂର୍ଣ ସୁସ୍ଥ ହୋଇଥିବାବେଳେ, ଅନ୍ୟମାନେ ମଧ୍ୟ ବର୍ତମାନ ଠିକ ଅଛନ୍ତି କହି ବିଦ୍ୟାଳୟରେ ଆଖିଧରାରେ ମଧ୍ୟ ଅନେକ ଆକ୍ରାନ୍ତ ଥିବା କହିଛନ୍ତି।ଆଖିଧରା ଆକ୍ରାନ୍ତଙ୍କୁ ମଧ୍ୟ ଚିକିତ୍ସା ଚାଲିଥିବା କହିଛନ୍ତି।ଏନେଇ ଡ଼ାକ୍ତରୀଦଲ କୌଣସି ଫୁଡ଼ ପଇଜନିଙ୍ଗ ହୋଇଥିବା ସନ୍ଦେହ କରି ପିଇବାପାଣି ର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ