Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତ ଯୋଡ଼ୋ ୨.୦ ପାଇଁ କଂଗ୍ରେସର ପ୍ରସ୍ତୁତି ଆରମ୍ଭ, କେଉଁଠୁ କେଉଁଠି କି ଯିବେ ରାହୁଲ ?

ନୂଆଦିଲ୍ଲୀ: କଂଗ୍ରେସ ବର୍ତ୍ତମାନ ‘ଭାରତ ଯୋଡ଼ୋ ଯାତ୍ରା’ର ଦ୍ଵିତୀୟ ପର‌୍ୟ୍ୟାୟ ପ୍ରସ୍ତୁତି କରୁଛି। ଏଥର ରାହୁଲ ଗାନ୍ଧୀଙ୍କ ନଜର ଆଗାମୀ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟ ଉପରେ ରହିଛି। ଦ୍ଵିତୀୟ ପର‌୍ୟ୍ୟାୟ ଯାତ୍ରାରେ ରାହୁଲ ଉତ୍ତର, ମଧ୍ୟ ଓ ପଶ୍ଚିମ ଭାରତୀୟ ରାଜ୍ୟଗୁଡ଼ିକୁ କଭର କରି ପାରନ୍ତି, ଯାହାର ଆରମ୍ଭ ଅକ୍ଟୋବରରୁ ହୋଇପାରେ। ଯାତ୍ରା କେଉଁ କେଉଁ ରୁଟ ଦେଇ ଗତି କରିବ ଏହା ଉପରେ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇ ନାହିଁ।

ଏକ ମିଡିଆ ରିପୋର୍ଟ ଅନୁସାରେ ରାହୁଲ ଅକ୍ଟୋବର ୨ରୁ ଭାରତ ଯୋଡ଼ୋ ଯାତ୍ରାର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ କରି ପାରନ୍ତି। କଂଗ୍ରେସ ଏହାର ଆରମ୍ଭ ଗୁଜରାଟର ପୋରବନ୍ଦରରୁ କରି ପାରେ। ଯାତ୍ରାର ସମାପନ ଅରୁଣାଚଳ ପ୍ରଦେଶର ଲୋହିତ ଜିଲ୍ଲାର ପର୍ଶୁରାମ କୁଣ୍ଡରେ ହୋଇପାରେ। କଂଗ୍ରେସର ବରିଷ୍ଠ ନେତା କେସି ବେଣୁଗୋପାଳ ଓ ଜୟରାମ ରମେଶ ରୁଟକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି।

ରାହୁଲଙ୍କ ଯାତ୍ରା ଜରିଆରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମିଜୋରାମକୁ କଭର କରାଯିବ। ଏହି ସବୁ ରାଜ୍ୟରେ ଚଳିତ ବର୍ଷ ଶେଷ ଆଡ଼କୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବର୍ତ୍ତମାନ ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସର ସରକାର ରହିଛି। ମଧ୍ୟପ୍ରଦେଶରେ କଂଗ୍ରେସର ସ୍ଥିତି ଦୃଢ ରହିଛି। ଅନ୍ୟପଟେ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ପାର୍ଟି ରୁଟ୍ ମ୍ୟାପରେ ତେଲେଙ୍ଗାନାକୁ ସାମିଲ୍ କରିବ କି ନାହିଁ। ପ୍ରଥମ ପର୍ଯ୍ୟାୟ ଯାତ୍ରାରେ ରାହୁଲ ତେଲେଙ୍ଗାନାକୁ ସାମିଲ୍ କରିଥିଲେ।

ପ୍ରଥମ ଯାତ୍ରାରେ ରାହୁଲ ତାମିଲନାଡ଼ୁର କନ୍ୟାକୁମାରୀରୁ ବାହାରି ଜାମ୍ମୁ-କାଶ୍ମୀର ପହଞ୍ଚିଥିଲେ। ପାଖାପାଖି ପାଞ୍ଚ ମାସ ପଦଯାତ୍ରା ସମୟରେ ସେ ୩ ହଜାରରୁ ଅଧିକ କିଲୋମିଟର ଯାତ୍ରା କରିଥିଲେ। ଏଥର ଯାତ୍ରା ୪ ମାସ ଚାଲିବା ନେଇ ସମ୍ଭାବନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ