ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବୟନ ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସହ ସାକ୍ଷାତ ାଓଡିଶାର ବୁଣାକାର ମାନଙ୍କ ପାଇଁ ସରୁ ସୂତା ସକାଶେ ସୁବର୍ଣ୍ଣପୁରରେ ଏକ ସୂତାକଳ ଦାବି ା


ସୁବର୍ଣ୍ଣପୁର-ସମଗ୍ର ଓଡିଶା ବିଶେଷତଃ ପଶ୍ଚିମ ଓଡିଶାର କୁଶଳୀ ବୁଣାକାରମାନଙ୍କ ହାତକୁ କଞ୍ଚାମାଲ ସରୁ ସୂତା ଯୋଗାଇ ଦେବା ନିମନ୍ତେ ବୁଣାକାର ବହୁଳ ସୁବର୍ଣ୍ଣପୁର ଠାରେ ଏକ ନୂତନ ସୂତାକଳ ସ୍ଥାପନ ସକାଶେ ଆଜି ସ୍ବାଧୀନତା ଦିବସରେ ମାନ୍ୟବର ବୟନ ଓ ହସ୍ତତନ୍ତ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁଙ୍କୁ ସୁବର୍ଣ୍ଣପୁର ଠାରେ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ତଥା ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି I ସଂଘର ସଭାପତି ଗୋରେଖନାଥ ସାହୁ ଏବଂ ସଂପାଦକ ବ୍ୟୋମକେଶ ଦାଶ ସୁବର୍ଣ୍ଣପୁର ସର୍କିଟ ହାଉସଠାରେ ମାନ୍ୟବର ମନ୍ତ୍ରୀଙ୍କୁ ଏହି ସ୍ମାରକ ପତ୍ର ପ୍ରଦାନ କରିବା ସହ ସଂସ୍କୃତି ସଂପର୍କୀତ କେତେକ ପୁସ୍ତକ ଓ ସ୍ମରଣିକା ଉପହାର ଦେଇଥିଲେ I ପ୍ରକାଶ ଥାଉ କି ସୋନପୁର ସୂତାକଳରୁ କେବଳ ମୋଟା ୨୦ ରୁ ୬୦ କାଉଣ୍ଟ ପର୍ଯ୍ୟନ୍ତ ସୂତା ଉତ୍ପାଦନ ହେଉଥିଲା ଯାହା ସ୍ଥାନୀୟ ବୁଣାକାରମାନଙ୍କ ଚାହିଦା ପୁରଣ କରିପାରୁ ନ ଥିଲା I ଏ ଅଞ୍ଚଳର ବୁଣାକାରମାନେ ୧୦୦ କିମ୍ବା ତଦୁର୍ଦ୍ଧ କାଉଣ୍ଟର ସୂତା ବ୍ୟବହାର କରୁଥିବାରୁ ସେଥିପାଇଁ ସେମାନଙ୍କୁ ଓଡିଶା ବାହର ସୂତା ଉପରେ ନିର୍ଭର କରିବାକୁ ପଡୁଛି I ଏତଦ୍ବାରା ସେମାନଙ୍କର ଧନହାନି ଓ ପ୍ରାଣପୀଡା ହେଉଛି I ତେଣୁ ସୁବର୍ଣ୍ଣପୁର ଠାରେ ସରୁ ସୂତା ଉତ୍ପାଦନ ସକାଶେ ଏକ ସୂତାକଳ ପ୍ରତିଷ୍ଠା ଏକାନ୍ତ ଜରୁରୀ ହୋଇ ପଡିଛି ବୋଲି ଶ୍ରୀ ସାହୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି I ଏ ସଂପର୍କରେ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ତଥା ବିଭାଗୀୟ ସଚୀବଙ୍କୁ ଏକ ପ୍ରତିନିଧି ଦଳରେ ଭେଟିବା ସକାଶେ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ସମ୍ମତ୍ତି ପ୍ରଦାନ କରିଥିବା କଥା ଶ୍ରୀ ସାହୁ ପ୍ରକାଶ କରିଛନ୍ତି I