Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବାଦ ସାହିତ୍ୟ ଘର ତରଫରୁ 3 ଟି ଜାଗାରେ ବୃକ୍ଷରୋପଣ

ବେଲଗୁଣ୍ଠା, 16/08, ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ତରଫରୁ ସ୍ୱାଧୀନତା ଦିବସ ଅବସରରେ ତିନୋଟି ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର, ମାଆ ବୁଢାକେନ୍ଦୁ ଯୁବକ ସଂଘ ଏବଂ ପ୍ରେସକ୍ଲବ ବେଲଗୁଣ୍ଠାର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଭିନ୍ନ କିସମର 214 ଟି ବୃକ୍ଷରୋପଣ କରାଯାଇଥିଲା I ଏହି ଅବସରରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ଯୋଗ ଦେଇ ସବୁସମୟରେ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ବୃକ୍ଷରୋପଣ, ରକ୍ତଦାନ ଶିବିର ଭଳି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଜାରି ରଖିଥିବାରୁ ସ୍ଥାନୀୟ ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର ଏବଂ ରାଜ୍ୟ ସମ୍ବାଦ ମୁଖ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇଥିଲେ I କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ତଥା ରାଜ୍ଯ ବିଜେଡ଼ି ପ୍ରବକ୍ତା ଓମ୍ ପ୍ରକାଶ ସାହୁ ଯୋଗ ଦେଇ ବୃକ୍ଷ ଓ ମଣିଷର ସମ୍ପର୍କ ଅତି ନିବିଡ଼ ହୋଇଥିବା ବେଳେ ମଣିଷ ଜାତି ତିଷ୍ଠି ରହିବା ପାଇଁ ବୃକ୍ଷରୋପଣର ଏକାନ୍ତ ଆବଶ୍ୟକ ରହିଚି ବୋଲି ପ୍ରକାଶ କରିଥିଲେ I ସେହିପରି ଅନ୍ୟତମ ଅତିଥି ଭାବେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ମାଆ ବୁଢାକେନ୍ଦୁ ଯୁବକ ସଂଘ ସଭାପତି ପଞ୍ଚାନନ ନାୟକ, ପ୍ରେସକ୍ଲବ ସମ୍ପାଦକ ଅଶ୍ୱିନୀ କୁମାର ସାହୁ, ଉପସଭାପତି ପ୍ରଭାତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ I ଏଥିରେ ମୁଖ୍ୟତଃ କାଠ ବାଦାମ, ଅଁଳା, ଜାମୁକୋଳି,ନିମ୍ବ, କରଞ୍ଜ,କଦମ୍ବ, ଅର୍ଜୁନ,ଅଶୋକ ଆଦି କିସମର ଚାରା ରୋପଣ କରାଯାଇଥିଲା I ଆଜି ବେଲଗୁଣ୍ଠା ଥାନା ପରିସର,ଲୋହରାଖଣ୍ଡି ନଦୀ ହିଡ଼ ଓ ବଡ କେନାଲ ହିଡରେ ବୃକ୍ଷରୋପଣ କରାଯାଇଥିଲା I ମାଆ ବୁଢାକେନ୍ଦୁ ଯୁବକ ସଂଘର ଚାଳିଶିରୁ ଊର୍ଦ୍ଧ୍ୱ ସଦସ୍ୟ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବା ପାଇଁ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ସାଂଗଠନିକ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ରଙ୍କୁ ଅନୁରୋଧ କରିଥିଲେ I ସେମାନଙ୍କ ଅନୁରୋଧ କ୍ରମ ପ୍ରଦ୍ୟୁମ୍ନ ପାତ୍ରଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ସ୍ଥାନରେ ଦିନ ତମାମ ବୃକ୍ଷରୋପଣ କରାଯାଇଥିଲା I ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବେଲଗୁଣ୍ଠା ପ୍ରେସକ୍ଲବ ସଦସ୍ୟ ସଚିନ୍ ପୁରୋହିତ, ନାରାୟଣ ପଣ୍ଡା, ମନୋରଞ୍ଜନ ମହାରଣା, ଜଗନ୍ନାଥ ନାୟକ,ସରୋଜ ଶତପଥୀ,ପଞ୍ଚାନନ ସାହୁ, କୃଷ୍ଣଚନ୍ଦ୍ର ପଟ୍ଟନାୟକ, ପ୍ରଦୀପ ଚୌଧୂରୀ, ଶିବରାମ ଚୌଧୂରୀ, ଚନ୍ଦନ ସାହୁ, ମଣ୍ଟୁ ମହାପାତ୍ର ଏବଂ ମାଆ ବୁଢାକେନ୍ଦୁ ଯୁବକ ସଂଘ ଉପସଭାପତି ନିଲୁ ପାତ୍ର, ସଦସ୍ୟ ବଣ୍ଟି ଗୌଡ଼, ସୁଶାନ୍ତ ପରିଡ଼ା, ମଙ୍ଗୁଳୁ ପରିଡା, ଦୂର୍ଗା ମାଧବ ନାୟକ, ଲିଟୁ କାମ୍ପ,ଯୋଗେନ୍ଦ୍ର ସେଠୀ, ଅମର ବେହେରା, ନୃସିଂହ ତ୍ରିପାଠୀ,ରାମ ପଟ୍ଟନାୟକ,ଶିବପ୍ରସାଦ ସାହୁ, କାଳିଆ ଗୌଡ଼,ଚନ୍ଦନ ନାୟକ, ଶ୍ରୀନାସ ସାହୁ, ବିଘ୍ନେଶ୍ୱର ଗୌଡ଼, ବିରଞ୍ଚି ଗୌଡ଼ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ