Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଅସି ଛାତ୍ର ମୃତ ା

ସୁବର୍ଣ୍ଣପୁର-ବିଦ୍ୟୁତ ଆଘାତରେ ଜଣେ ଯୁକ୍ତଦୁଈ ଛାତ୍ର ମୃତ l ମୃତକ ଛାତ୍ର ହେଲେ ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ବାଙ୍କବିଜା ଗାଁର ଧର୍ମରାଜ ବାଗ l ୧୧କେଭି ତାର ସଂସ୍ପର୍ଶ ରେ ଆସି ମୃତ୍ୟୁ l ଆଜି ସକାଳୁ ପରୀକ୍ଷାଦେବାକୁ ଯିବା ପୂର୍ବରୁ ନିଜ ଘରେ ଥିବା ଛେଳି କୁ ଖାଇବାକୁ ଦେବ ପାଇଁ ଗଛ ଡାଳ ଭାଙ୍ଗିବାକୁ ଯାଇଥିଲେ ସେହିସମୟରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇ ଥିଲେ l ଗୁରୁତର ଅବସ୍ଥାରେ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତରଖାନା କୁ ପରିବାରଲୋକେ ଆଣିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଘଟଣାସ୍ଥଳରେ ପୋଲିସ ପହଂଚି ଶବ ଜବତ କରି ଅଧିକ ତଦନ୍ତ ଜାରିରଖିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ