ଫାଇଲେରିଆ ଔଷଧ ଖାଇ ମୃତ୍ୟୁ ଅଭିଯୋଗ ା ଅଭିଯୋଗ କୁ ଖଣ୍ଡନକଲେ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ା


ସୁବର୍ଣ୍ଣପୁର-ଫାଇଲେରିଆ ଔଷଧ ଖାଇ ମୃତ୍ୟୁ ଅଭିଯୋଗ l ମୃତକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଦୁବୁଲା ଗ୍ରାମର ଜଗବନ୍ଧୁ ନାଗ l ମୃତକଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗରୁ ମିଳିଥିବା ସୂଚନା ଅନୁଯାଇ ଗତ ୧୬ ତାରିଖ ଦିନ ସାରା ଜିଲ୍ଲାରେ ଫାଇଲେରିଆ ଔଷଧ ଖାଇବା ପାଇଁ ଜିଲ୍ଲା ପ୍ରସାଶନ ପକ୍ଷରୁ ଏକ ଅଭିଯାନ ଚାଲିଥିଲା ା ସେହିଅନୁଯାଇ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅର୍ନ୍ତଗତ ଦୁବଲା ଗାଁରେ ଏଏନଏମ ଶାନ୍ତିଲତା ମହାନନ୍ଦ ଯାଇ ଜଗବନ୍ଧୁଙ୍କୁ ଫାଇଲେରିଆ ଔଷଧ ଖାଇବାକୁ ଦେଇଥିଲେ l ଔଷଧ ଖାଇବାର କିଛି ସମୟପରେ ଜଗବନ୍ଧୁଙ୍କ ମୁଣ୍ଡ ବୁଲେଇଥିଲା l ତାଙ୍କ ପୁଅ ଖବରପାଇବା ପରେ ମେଡିକାଲକୁ ନେବାକୁ କହିବାରୁ ଏଏନଏମ ଙ୍କୁ ଫୋନ କରିବାପାଇଁ କହିଥିଲେ ଜଗବନ୍ଧୁ l ଔଷଧ ଖାଇବା ପରେ କିଛିଲୋକଙ୍କ ଏମିତି ହେଉଛି ବୋଲି କହିବାରୁ ସେମାନେ ଆଶ୍ୱସ୍ତ ହୋଇ ଘରେ ରହିଥିଲେ l କିନ୍ତୁ କିଛି ସମୟପରେ ଜଗବନ୍ଧୁ ଅଚେତ ହୋଇପଡ଼ିଥିଲେ l ତାଙ୍କୁ ତରଭା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବାପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଘଟଣାସ୍ଥଳରେ ପୋଲିସ ପହଂଚି ଶବ ଜବତ କରି ଅଧିକ ତଦନ୍ତ ଜାରିରଖିଥିବା ବେଳେ ଅପରପକ୍ଷରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଦୁବୁଳା ଗାଁର ଜଗବନ୍ଧୁ ନାଗ ଫାଇଲେରିଆ ଔଷଧ ଖାଇ ମୃତ୍ୟୁବରଣ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଜଗବନ୍ଧୁ ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ହୋଇଥିବା ବେଳେ ସେ ହାଇପରଟେନସନ ରୋଗରେ ପଡିତ ଥାଇ ଔଷଧ ଖାଉଥିଲେ । ଏହି ଫାଇଲେରିଆ ଔଷଧ ଖାଇ ତାଙ୍କର ଜୀବନ ହାନୀ ହୋଇନଥିବା ବେଳେ ଗତ ୧୬ତାରିଖରୁ ସେ ଫାଇଲେରିଆ ଔଷଧ ଖାଇଥିଲେ ହେଁ ସେ ସୁସ୍ଥ ଥିଲେ । ଗତ ରାତ୍ରୀରେ କୈାଣସି କାରଣରୁ ତାଙ୍କର ହୃତଘାତ ହେବାରୁ ସେ ମୃତ୍ୟୁ ବରଣ କରିଛନ୍ତି ବୋଲି କହିଛନ୍ତି ଜିଲ୍ଲା ଚିକିତ୍ସାଧିକାରି । ଆଗକୁ ସାଧାରଣ ଲୋକେ ଭୟଭିତ ନହୋଇ ଏହି ଔଷଧକୁ ସେବନ କରନ୍ତୁ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ।