Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜାଗା ବିବାଦ, ଜନ ପ୍ରତିନିଧି ଓ ପ୍ରଶାସନ ର ହସ୍ତକ୍ଷେପ ପରେ ହେଲା ସମାଧାନ।

କୋକସରା:୧୮/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଅନୁଦାନ ମଞ୍ଜୁର ହୋଇଥିବା ବେଳେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜାଗା ବିବାଦ ସୃଷ୍ଟି ହୋଇଥିଲା। ଶୁକ୍ରବାର କୋକସରା ବ୍ଲକ କାର୍ଯ୍ୟାଳୟ ରେ ଉଭୟ ଜିଲ୍ଲା ପ୍ରଶାସନ,ବ୍ଲକ ପ୍ରଶାସନ,ଧର୍ମଗଡ଼ ବିଧାୟକ ଓ ଗ୍ରାମର ବୁଦ୍ଧିଜୀବୀ ଙ୍କ ମିଳିତ ଉଦ୍ୟମ ଓ ଆଲୋଚନା ରେ ସମାଧାନ ହୋଇଥିବା ଜଣାପଡିଛି। ସୁଚନା ମତେ କୋକସରା ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜନ ବସତି ଠାରୁ ରୁ ୨ କିଲୋମିଟର ଦୂରରେ ସ୍ଥାନ ଦିଆ ଯାଇଥିଲା ହେଲେ ଯାତ୍ରୀ ଙ୍କ ସୁରକ୍ଷା ଦୃଷ୍ଟି ରୁ କୋକସରା ଟାଉନ ମଧ୍ୟରେ ପଞ୍ଚାୟତ ଅଧୀନରେ ଥିବା ସରକାରୀ ଜମି ଅଧିଗ୍ରହଣ କରାଯାଇ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ଗ୍ରାମବାସୀ ମାନେ ଦାବି କରିଥିଲେ। ଏନେଇ ଗତ ୧୨/’୦୬ ତାରିଖ ରେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଙ୍କ ଅଧ୍ୟକ୍ଷତାରେ କୋକସରା ପଞ୍ଚାୟତ ଗ୍ରାମସଭା ବୈଠକରେ ଉଭୟ ବ୍ଲକ ପ୍ରଶାସନ ,ଜନ ପ୍ରତିନିଧି, ଗ୍ରାମବାସୀ ଗୁଡହାଣ୍ଡି ପଡ଼ିଆ ରେ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ସର୍ଵ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା, ହେଲେ ପରବର୍ତ୍ତୀ ସମୟରେ ସେହି ସରକାରୀ ଜମି ରେ ଘର କରି ରହୁଥିବା କିଛି ପରିବାର ଏହାକୁ ବିରୋଧ କରି ପ୍ରଶାସନ ର ଦ୍ୱାରସ୍ଥ ହୋଇଥିଲେ। ଯାହାକୁ ନେଇ କିଛି ବିବାଦ ଦେଖା ଦେଇଥିବା। ଏନେଇ ପଞ୍ଚାୟତ ଗ୍ରାମସଭା କମିଟି ପକ୍ଷରୁ ତହସିଲଦାର ଙ୍କୁ ଶୀଘ୍ର ସ୍ଥାନ ଚିହ୍ନଟ କରି ଯୋଗାଇ ଦେବାକୁ ଅଭିଯୋଗ ପରେ ଶୁକ୍ରବାର ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ପହଞ୍ଚି କୋକସରା ବ୍ଲକ କାର୍ଯ୍ୟାଳୟ ରେ ବିଧାୟକ ମୋୖଷଧି ବାଗ, ତହସିଲଦାର ଦେବବ୍ରତ କରାଟି, ବିଡ଼ିଓ ଉତ୍ତମ କୁମାର ବାଗ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବିଜେଡି ଯୁବନେତା ମାନସ ରଞ୍ଜନ ବାଗ, ସଚେତନ ନାଗରିକ ପୁରୁଷୋତ୍ତମ ଗୁପ୍ତା, ପର୍ଶୁରାମ ପ୍ରଧାନୀ, ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ ,ବିଜେଡି ବ୍ଲକ ସଭାପତି ସୁଶାନ୍ତ ବେହେରା,ଗ୍ରାମସଭା ର କର୍ମକର୍ତ୍ତା ଓ ଅଭିଯୋଗ କରିଥିବା ପରିବାର ଲୋକ ଙ୍କ ସହ ଆଲୋଚନା କରି ଉପୁଜିଥିବା ସମସ୍ୟା ର ସମାଧାନ କରିବା ପାଇଁ ସମସ୍ତ ଙ୍କ ବ୍ୟକ୍ତିଗତ ମତ ନେଇଥିଲେ। ପରେ ସରକାରୀ ଜମି ରେ ରହିଥବା ପରିବାର ଙ୍କୁ ପ୍ରଶାସନ ପକ୍ଷରୁ ୪ ଡେଶମିଲ ଜାଗା ସହ ଥଇଥାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଲୋଚନା ପରେ ବସଷ୍ଟାଣ୍ଡ ପାଇଁ ଉପୁଜିଥିବା ସମସ୍ୟା ପାଇଁ ବାଟ ଫିଟିଥିବା ଜଣାପଡିଛି। ପରେ ଉପସ୍ଥିତ ସମସ୍ତ ଅଧିକାରୀ, ଜନ ପ୍ରତିନିଧିମାନେ ବସଷ୍ଟାଣ୍ଡ ଓ ବସ ଟର୍ମିନାଲ ପାଇଁ ଦିଆ ଯାଇଥିବା ସ୍ଥାନ ପରିଦର୍ଶନ କରିଥିଲେ ଓ ଶୀଘ୍ର ବସ ଷ୍ଟାଣ୍ଡ ଓ ବସ ଟର୍ମିନାଲ ନିର୍ମାଣ ପାଇଁ ସ୍ଥାନୀୟ ବ୍ଲକ ପ୍ରଶାସନ କୁ ପ୍ରକ୍ରିୟା ଆରମ୍ଭ କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।