Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜlଲୋଏ କର୍ଣ୍ଣପାଲି ନାହିକଟା ବନ୍ଧରୁ ମାଛ ଜାଲରେ ପଡିଲା ଅଜଗର ସାପ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ର ଜାଲୋଏ ନିକଟସ୍ଥ କର୍ଣ୍ଣପାଲି ନାହିକଟା ବନ୍ଧ ରୁ ଶନିବାର ଏକ ଅଜଗର ସାପ ଉଦ୍ଧାର ହୋଇଛି l ସୂଚନା ଅନୁସାରେ ଗତକାଲି କିଛି ଯୁବକ ମାଛ ଓ କଇଁଛ ମାରିବା ପାଇଁ ବନ୍ଧରେ ଜାଲ ପକାଇ ଥିଲେ l ମାଛ ଲାଗିବା ବଦଳରେ ଏକ ଅଜଗର ସାପ ଜାଲରେ ଲାଗି ରହିଥିଲା l ସକାଳୁ ମାଛ ମାରିବା ପାଇଁ ଜାଲ ବିଛାଇଥିବା ଯୁବକ ଯାଇ ଜାଲ ଦେଖିଲା ବେଳେ ବିରାଟ ଅଜଗର ସାପ ଲାଗି ଥିବା ଦେଖି ଭୟଭିତ ହୋଇ ଯାଇଥିଲେ l ସାପ ଟି କୁ ଉଦ୍ଧାର କରି ଗାଁ କୁ ଆଣି ଯାଲୋଏ ବନ ବିଭାଗ  କୁ ଖବର ଦେବା ରୁ ଖବର ପାଇ ସାପକୁ ଆଣି ପରେ କୋଟସମଲାଇ ମେଣ୍ଡଳୀ ମୁଣ୍ଡା ଚେକ ଡେମରେ ଛାଡିଦେଇଥିବା ସୂଚନା ମିଳିଛି l ସାପ ଟି 8 ବର୍ଷ ର ବୋଲି କହୁଥିବା ବେଳେ ଲମ୍ବା 9 ଫୁଟ ଥିବା ଜଣା ପଡିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ