ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ହୋଟେଲ ରେ ବେଆଇନ ଗ୍ୟାସ ସିଲିଣ୍ଡର ବ୍ୟବହାର କୁ ନେଇ ଚଢାଉ ା


ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର ର ବିଭିନ୍ନ ହୋଟେଲ ଗୁଡିକରେ ଚଢ଼ଉ । ସୋନପୁର ଉପଜିଲ୍ଲାପାଳ ଙ୍କ ନେତୃତ୍ଵ ରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ଚଢାଉ କରାଯାଇ ଘରୋଇ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି । ଆଜି ସକାଳୁ ଉପଜିଲ୍ଲାପାଳ ଇପ୍ସିତା ମିଶ୍ର ଙ୍କ ନେତୃତ୍ଵ ରେ ସୋନପୁର ସହର ରେ ଥିବା ବିଭିନ୍ନ ହୋଟେଲ ରେ ବେଆଇନ ଭାବରେ ରଖି ଥିବା ୪ଟି ଘରୋଇ ସିଲିଣ୍ଡର ଜବତ କରିଛନ୍ତି । ଆଗରୁ ବିଭିନ୍ନ ହୋଟେଲ ଗୁଡିକରେ ଏମିତି ବେଆଇନ ଭାବରେ ଘରୋଇ ସିଲିଣ୍ଡର ମହଜୁଦ ଥିବା ଖବର ପାଇଥିଲା ଜିଲ୍ଲା ପ୍ରଶାସନ । ତେଣୁ ଆଜି ବିଭିନ୍ନ ହୋଟେଲ ଚଢାଉ ଚାଲି ଥିବା ସୂଚନା ମିଳିଛି ।